Only for Entertainment

ଏହି କାରଣରୁ ପାକିସ୍ତାନ ଲୋକଙ୍କୁ ଖୁବ ପସନ୍ଦ ଥିଲେ ଅଟଳ ବିହାରୀ ବାଜପେୟୀ !

Amarujala
0 45

ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀଙ୍କୁ ‘ରାଜନେତା’ସମ୍ବୋଧନ କରି ତାଙ୍କ ପାଇଁ ଶୋକ ପାଳିଛନ୍ତି । ପାକିସ୍ତାନ ବିଦେଶ କାର୍ଯ୍ୟାଳୟରେ ଜଣେ ପ୍ରବକ୍ତା କହିଛନ୍ତି ଯେ ସେମାନଙ୍କୁ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତର ଦୁଃଖଦ ସମାଚାର ମିଳିଥିଲା । ସେ ଜଣେ ପ୍ରଖ୍ୟାତ ରାଜନେତା ଥିଲେ, ଯିଏକି ଭାରତ-ପାକିସ୍ତାନ ସମ୍ପର୍କରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିଥିଲେ । ସେ ବିକାଶ ପାଇଁ ଦକ୍ଷଶୀଳ ଏବଂ କ୍ଷତ୍ରୀୟ ସହଯୋଗର ପ୍ରମୁଖ ସମର୍ଥକ ଥିଲେ ।

ପାକିସ୍ତାନ ପ୍ରବକ୍ତା ଜଣକ ପାକିସ୍ତାନ ଲୋକଙ୍କ ତରଫରୁ ଏବଂ ସରକାରଙ୍କ ତରଫରୁ ଅଟଳ ବିହାରୀ ବାଜପେୟୀଙ୍କୁ ଓ ତାଙ୍କ ପରିବାର ପ୍ରତି ହାର୍ଦ୍ଦିକ ସମ୍ବେଦନା ଜଣାଇଛନ୍ତି । ପାକିସ୍ତାନର ହେବାକୁ ଯାଉଥିବା ଆଗାମୀ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିଧନରେ ଦୁଃକ ପ୍ରକାଶ କରି କହିଛନ୍ତି ଯେ ଭାରତ-ପାକିସ୍ତାନର ପାଇଁ ଶାନ୍ତିର ଦିଗକୁ ଆଣିବା ଲାଗି ତାଙ୍କ ପ୍ରୟାସକୁ ପାକିସ୍ତାନ ସବୁବେଳେ ମନେ ରଖିବ ।

ସାମ୍ବାଦିକରୁ ରାଜନେତା ହୋଇଥିବା ପାକିସ୍ତାନ ସାଂସଦ ମୁଶାହିଦ ହୁସୈନ ସୈୟଦ ଅଟଳ ବିହାରୀଙ୍କ ଦେହାନ୍ତକୁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ବାଜପେୟୀ ଶାନ୍ତିର ପ୍ରତିକ ଥିବା କହିଛନ୍ତି । ୧୯୯୯ରେ ଐତିହାସିକ ଲାହୋର-ଦିଲ୍ଲୀ ବସ ଯାତ୍ରା ଆରମ୍ଭ କରାଇବା ପାଇଁ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ଥିଲା । ବିଜେପିରେ ଥାଇ ମଧ୍ୟ ପାକିସ୍ତାନ ଲୋକଙ୍କର ଅଟଳ ବିହାରୀ ବାଜପେୟୀ ଖୁବ ପ୍ରିୟ ଥିଲେ ଏବଂ ଏହି କାରଣରୁ ଥିଲେ କାରଣ ସେ ‘ଦୋସ୍ତୀ ବସ’ରେ ନିଜେ ଲାହୋର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More