Only for Entertainment

ଇମରାନ ଖାନ-ଅରବିନ୍ଦ କେଜରିୱାଲଙ୍କ ମଜାଦାର ଭିଡିଓ ଭାଇରାଲ, ପାକିସ୍ତାନକୁ ନେଇ ଟ୍ୱିଟରରେ ଆସୁଛି ଏପରି କମେଣ୍ଟ

NDTV Khabar
622

ଭାରତୀୟ ବାୟୁସେନା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ପରେ ଏହାକୁ ନେଇ ଜବରଦସ୍ତ ପ୍ରତିକ୍ରିୟା ଆସିବାରେ ଲାଗିଛି । ପୁଲୱାମା ଆକ୍ରମଣ ପରେ ଦେଶବାସୀଙ୍କ ମନରେ ଯେଉଁ ଆକ୍ରୋଶ ଦେଖାଦେଇ ଥିଲା ତାହା କିଛି ମାତ୍ରାରେ କମିଛି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପାକିସ୍ତାନ ବିରୋଧରେ ଅନେକ କମେଣ୍ଟ ଆସିବାରେ ଲାଗିଛି । ସେଥିମଧ୍ୟରୁ ଏକ ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଯୋଡା ଯାଈ ଏକ ଭିଡିଓ କରାଯାଇଛି ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ପ୍ରତିଆକ୍ରମଣ କଥା କହୁଥିବା ବେଳେ ସଂସଦରେ ଅରବିନ୍ଦ କେଜରିୱାଲ କର ବୋଲି କହୁଛନ୍ତି । ଏହି ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ନେଇ ଲୋକେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି ।

ସେହିପରି ଏହି ଭିଡିଓ ବ୍ୟତିତ ସୋସିଆଲ ମିଡିଆରେ ପାକିସ୍ତାନକୁ ନେଇ ଅନେକ ମିମ୍ସ ଭାଇରାଲ ହେଉଛି । ଦେଖନ୍ତୁ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More