Only for Entertainment

ସଂଯୁକ୍ତ ରାଷ୍ଟ୍ର ମହାସଭା ମଂଚରେ ଇମରାନ ଖାନ କହିଲେ ଏଭଳି କିଛି, ପାକିସ୍ତାନ ମିଡିଆ ମଧ୍ୟ କରୁଛି ଟ୍ରୋଲ

latestly
45

ସଂଯୁକ୍ତ ରାଷ୍ଟ୍ର ମହାସଭା ମଂଚ ଉପରେ ପୂରା ଦୁନିଆର ନଜର ରହିଥିଲା । ଶୁକ୍ରବାର ସଂଧ୍ୟାରେ ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୪ ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ଏବଂ ବିକାଶର କଥା କହିଥିବା ବେଳେ ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ କେବଳ କାଶ୍ମୀର ପ୍ରସଙ୍ଗରେ ହିଁ କହିଥିଲେ । ଏହି ମହାସଭାରେ ଇମରାନ ଖାନ ଏଭଳି କିଛି କହିଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ସେ ଖୁବ ଟ୍ରୋଲ ହୋଇଛନ୍ତି । କେବଳ ଭାରତ ନୁହେଁ ପୂରା ଦୁନିଆ ଏପରି କି ପାକିସ୍ତାନ ମିଡିଆ ମଧ୍ୟ ତାଙ୍କୁ ଟ୍ରୋଲ କରୁଥିବାର ଦେଖିବାକୁ ମିଳିଛି ।

ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସମ୍ଭୋଧନ କରିବା ସମୟରେ କ୍ରିକେଟରରୁ ନେତା ହୋଇଥିବା ଇମରାନ ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ନକହି ଭୁଲରେ ଭାରତୀୟ ରାଷ୍ଟ୍ରପତି ବୋଲି କହିଥିଲେ । ନିଜର ଭାଷଣ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ବିଭିନ୍ନ ମୁଦ୍ଦା ଉପରେ କହି ଗୁଗୁଲ ସର୍ଚ୍ଚ କରିବା ପାଇଁ କହିଥିଲେ ଯେପରି ତାଙ୍କ କଥା ସତ ପ୍ରମାଣିତ ହୋଇପାପରିବ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଷ୍ଟ୍ରପତି କହି ସେ ନିଜେ ଟ୍ରୋଲ ହୋଇ ଛନ୍ତି । ଏବଂ ଲୋକେ ତା ସହିତ ପାକ୍ତିସ୍ତାନ ତାଙ୍କୁ ଗୁଗଲ ସର୍ଚ୍ଚ କରିବା ପାଇଁ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଛି ।

ପାକିସ୍ତାନ ମିଡିଆ କହିଛି ଯେ, ଇମରାନ ଖାନଙ୍କୁ ଭଲଭାବେ ପ୍ରସ୍ତୁତ ହେବାର ଥିଲା । ଯଦି ସେ କିଛି ଜାଣି ନଥିଲେ ତେବେ ଗୁଗଲ ସର୍ଚ୍ଚ କରିପାରିଥାନ୍ତେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More