Only for Entertainment

ଲାଇଭ ଟିଭି ଶୋ’ରେ ପାକ୍ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଚାପୁଡା, ଭିଡିଓ ହେଉଛି ଭାଇରାଲ

Times of India
0 42

ପାକିସ୍ତାନରେ ଏକ ଲାଇଭ ଟିଭି ଶୋ’ରେ ତହରିକା-ଏ-ଇଂସାର ନେତା ନଇମୁଲ ହକ ସଂଜମତା ହରାଇ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ପାକିସ୍ତାନ ମୁସଲିମ ଲିଗର ନେତା ଦାନିୟାଲ ଅଜୀଜଙ୍କୁ ଚାପୁଡା ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁସାରେ ମଙ୍ଗଳବାର ହକ ଏବଂ ଅଜୀଜ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଜିୟୋ ଟିଭିର ଏକ କାର୍ଯ୍ୟକ୍ରମ ‘ଆପସି କି ବାତ’ରେ ଗେଷ୍ଟ ହୋଇ ପହଁଚିଥିଲେ । ଏହି ଶୋ’କୁ ମୁନୀବ ଫାରୁକ ହୋଷ୍ଟ କରୁଥିଲେ । ଦୁଇ ନେତା ଜିୟୋ ଟିଭିର ଇସ୍ଲାମାବାଦ ଷ୍ଟୁଡିଓରେ ଥିବା ବେଳେ ଫାରୁକ ଲାହୋର ଷ୍ଟୁଡିଓରେ ହୋଷ୍ଟ କରୁଥିଲେ ।

ସୋସିଆଲ ମିଡିଆରେ ସୋୟାର କରାଯାଇଥିବା ‘ଆପସ କି ବାତ’ର ଏକ କ୍ଲିପରେ ଦେଖିବାକୁ ମିଳିଥିଲା ଯେ ହକ କିଛି କାରଣକୁ ନେଇ ରାଗରେ ଅଜୀଜଙ୍କୁ ଚାପୁଡା ମାରିଛନ୍ତି । ଚାପୁଡା ମାରିବା ପରେ ହକ କହିଛନ୍ତି ଆପଣଙ୍କର ସାହାସ କେମିତି ହେଲା ମେତେ ଚୋର କହିବା ପାଇଁ । ଆପଣଙ୍କୁ ଲାଜ ଲାଗିବା କଥା । ଏହା ପରେ ଅଜୀଜ କହିଥିଲେ ପିଟିଆଇ ନେତା ଆଲୋଚନାକୁ ସମ୍ଭାଳି ପାରନ୍ତି ନାହିଁ ହିଂସାତ୍ମକ ହୋଇଯାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More