Only for Entertainment

ପାକିସ୍ତାନରେ ତ୍ରିରଙ୍ଗା ଉଡାଇ ‘ଫିର ଭି ଦିଲ ହେ ହିନ୍ଦୁସ୍ତାନୀ’ରେ ଛୁଆମାନେ କରୁଥିଲେ ଡ୍ୟାନ୍ସ, ତା’ପରେ ସରକାର ନେଲେ କିଛି ଏଭଳି ନିଷ୍ପତ୍ତି

ndtv
83

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାର ଲାଗିଛି । ଏହି ଭିଡିଓରେ ପାକିସ୍ତାନ(କରାଚୀ)ର ଏକ ସ୍କୁଲରେ ଛୁଆମାନେ ଏପରି କିଛି କରିଛନ୍ତି ଯାହା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ପାକିସ୍ତାନର ଏହି ସ୍କୁଲରେ ଛୁଆମାନେ ଫଙ୍କସନରେ ବାରତୀୟ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । କେବଳ ଏତିକି ନୁହେଁ ପର୍ଫମାନ୍ସ କରିବା ସମୟରେ ପଛରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଉଡୁଥିବା ମଧ୍ୟ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନ ସରକାର ଏହି ସ୍କୁଲର ରେଜଷ୍ଟ୍ରେସନ ରଦ୍ଧ କରିଦେଇଛନ୍ତି ।

ଅସଲରେ କରାଚୀରେ ଥିବା ମାମା ବେବି କେୟାର ସ୍କୁଲର କିଛି ଛାତ୍ର ଶାହରୁଖ ଖାନଙ୍କ ଫିଲ୍ମ ‘ଫିର ଭି ଦିଲ ହେ ହିନ୍ଦୁସ୍ତାନୀ’ର ଟାଇଟଲ ସଙ୍ଗରେ ଡ୍ୟାନ୍ସ କରୁଥିବାର ଏହି ଭିଡିଓରେ ନଜର ଆସିଛନ୍ତି । ଖବର ଅନୁସାରେ ସ୍କୁଲର ଏହି ଫଙ୍କସନରେ ପ୍ରତ୍ୟେକ ରାଷ୍ଟର ସଂସ୍କୃତିକୁ ଚିତ୍ରଣ କରାଯାଉଥିଲା । ସେଥିପାଇଁ ଛୁଆମାନେ ଭାରତୀୟ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ।

ଏହି ଭିଡିଓ ଭାଇରାଲ ହେବା ପରେ ପାକ୍ ସରକାରଙ୍କ ନିରୀକ୍ଷଣ ଏବଂ ପଂଜୀକରଣ ନିର୍ଦ୍ଦେଶାଳୟ ଆଦେଶ ଦେଇ କରିଛନ୍ତି, ‘ଏକ ଶିକ୍ଷାନୁଷ୍ଠାନରେ ଏହପରି ପ୍ରଦର୍ଶନ ରାଷ୍ଟ୍ର ମର୍ଯ୍ୟାଦାକୁ ହାନି କରିବା ଭଳି । ଯାହାକୁ କେବେ ହେଲେ ବି ବରଦାସ୍ତ କରାଯିବ ନାହିଁ । ’ ମାମା ବେବି କେୟାର ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାିଛି । ଏହା ସହିତ ସ୍କୁଲର ରେଜିଷ୍ଟ୍ରେସନକୁ ରଦ୍ଧ କରିଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More