Only for Entertainment

ପୁଣିଥରେ ଭାଇରାଲ ହେଲା ମାହିରାଙ୍କ ଡ୍ୟାନ୍ସ ,ବଲିଉଡ୍ ଗୀତରେ ଝୁମିଲେ ପାକିସ୍ତାନୀ ନାୟିକା ।

image dawn
0 33

ପୁଣି ଚର୍ଚ୍ଚାରେ ପାକିସ୍ତାନୀ ନାୟିକା ମାହିରା ଖାନ୍ । ହେଲେ ଏଥର କୌଣସି ବିବାଦ ପାଇଁ ନୁହେଁ ବରଂ ତାଙ୍କ ଡ୍ୟାନ୍ସ ପାଇଁ । ଓଲ୍ଡ୍ କ୍ଲାସିକ୍ ବଲିଉଡ୍ ଗୀତରେ ମାହିରା ଦେଖାଇଛନ୍ତି ନିଜ ଡ୍ୟାନ୍ସର କମାଲ୍ । ରାଜ କପୁରଙ୍କ ଗୀତରେ ମାହିରାଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ୍ ମିଡିଆରେ ରହିଛି ବେଶ ଚର୍ଚ୍ଚାରେ । ଦେଖନ୍ତୁ କିଭଳି ଡ୍ୟାନ୍ସ କରୁଛନ୍ତି ମାହିରା ଖାନ୍ ।

ନିଜ ସୋସିଆଲ୍ ମିଡିଆରେ ମାହିରା ଏହି ଭିଡିଓ ଅପଲୋଡ କରିଛନ୍ତି । ଆଉ ତାଙ୍କର ଏହି ଭିଡିଓ ଏବେ ହୋଇଛି ଭାଇରାଲ୍ । ସୋସିଆଲ୍ ମିଡିଆରେ ଏହି ନାୟିକା ଦିନକୁ ଦିନ ପପୁଲାର୍ ହେବାରେ ଲାଗିଛନ୍ତି । ଆଉ ଏହି ଭିଡଓରେ ପୁଣିଥରେ ନିଜ ଜଲୱା ଦେଖାଉଛନ୍ତି । କିଛିଦନ ପୂର୍ବରୁ ନିଜର ଜଣେ ବନ୍ଧୁଙ୍କ ସଙ୍ଗୀତରେ ବଲିଉଡ୍ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିବାରେ ନଜର ଆସିଥିଲେ ।

آئ لو یو!!?. @adnanansariofficial

A post shared by Mahira Khan (@mahirahkhan) on

ମାହିରା ଖାନ୍, ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ଚେହେରା । ଏହା ସହ ବଲିଉଡରେ ବି ରହିଛି ତାଙ୍କର ଖାସ ପରିଚୟ । ୨୦୧୭ରେ ଶାହରୁଖ୍ ଖାନଙ୍କ ବିପକ୍ଷରେ ମାହିରା ବଲିଉଡ୍ରେ କରିଥିଲେ ଏଂଟ୍ରି । ଫିଲ୍ମ ରଇସରେ ଦେଖିବାକୁ ମିଳିଥିଲା ତାଙ୍କର ଆକର୍ଷଣୀୟ ଅଭିନୟ । ନିଜ ଅଭିନୟ ଆଉ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ପାକିସ୍ତାନୀ ସୁନ୍ଦରୀ ଜଣକ ଏବେ ନିଜ ଡ୍ୟାନ୍ସ ପାଇଁ ରହିଛନ୍ତି ଚର୍ଚ୍ଚାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More