Only for Entertainment

ପାକିସ୍ତାନୀ ଅଭିନେତ୍ରୀଙ୍କୁ ଭାରି ପଡ଼ିଲା ଭାରତୀୟ ସେନାଙ୍କୁ ନେଇ ଅଶ୍ଳୀଳ କମେଂଟ କରିବା, ମିଳିଲା କଡ଼ା ଜୱାବ

hindirush
322

କାଶ୍ମୀରରେ ଚାଲୁଥିବା ଦଙ୍ଗା ମଧ୍ୟରେ ୩୧ ଜୁଲାଇ ଏବଂ ୧ ଅଗଷ୍ଟକୁ ଭାରତୀୟ ସୀମାର ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ପାକିସ୍ତାନ ସୈନିକଙ୍କ ଶତ ପ୍ରଚେଷ୍ଟାକୁ ଅକାମି କରି ଦେଇଛନ୍ତି ଭାରତୀୟ ସେନା । ଭାରତୀୟ ସୈନିକଙ୍କ ଜୱାବରେ ମରିଛନ୍ତି ୭ ଜଣ ଆତଙ୍କବାଦୀ । ଏହା ପରେ ଭାରତୀୟ ସେନାଙ୍କ ଆକ୍ରମଣରେ ମରି ଯାଇଥିବା ଲୋକଙ୍କୁ ଧଳା କପଡ଼ା ପକାଇ ନେଇଯିବାକୁ ପ୍ରସ୍ତାବ ଦିଆ ଯାଇଥିଲା । ଯାହାପରେ ପାକିସ୍ତାନୀ ଅଭିନେତ୍ରୀ ବୀଣା ମାଲିକ ଭାରତୀୟ ସେନାଙ୍କ ବିରୁଦ୍ଧରେ ଟ୍ୱିଟରରେ ଅଶ୍ଳୀ ଇଙ୍ଗିତ କରିଛନ୍ତି । ବୀଣାଙ୍କ କମେଂଟରେ ରାଗି ଯାଇଛନ୍ତି ଭାରତୀୟ ଟ୍ୱିଟର ବ୍ୟହାରକାରୀ ।

 

ପାକିସ୍ତାନୀ ଅଭିନେତ୍ରୀ ବା ବିଗବସ ୪ ଫେମ ଅଭିନେତ୍ରୀ ବୀଣା ମାଲିକ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଭାରତୀୟ ସୈନ୍ୟଙ୍କୁ ଇଙ୍ଗିତ କରି ଏକ କମେଂଟ ଦେଇଛନ୍ତି, ଯେଉଁଥିରେ ନିଜର ଏକ ଫଟୋ ପୋଷ୍ଟ କରିବା ସହିତ ମଝି ଆଙ୍ଗୁଠି ଦେଖାଇଛନ୍ତି । ଯାହା ଏକ ଅଶ୍ଲୀଳ ଇଙ୍ଗିତ । କ୍ୟାପ୍ସନରେ ଏହା ଭାରତୀୟ ସେନାଙ୍କ ପାଇଁ ବୋଲି ଲେଖିଛନ୍ତି ବୀଣା ।

 

 

ଏଭଳି ଇଙ୍ଗିତରେ ରାଗି ଯାଇ ଭାରତୀୟ ୟୁଜର ବୀଣାଙ୍କୁ ସିନେମା ଜଗତରେ ତାଙ୍କର ଅସ୍ଥିତ୍ୱ ମନେ ପକାଇ ଦେଇଛନ୍ତି, କିଭଳି ଭାରତୀୟ ସିନେମାର ସହାୟତା ନେଇଥିଲେ ତାହା ମଧ୍ୟ ମନେ ପକାଇଛନ୍ତି ୟୁଜର୍ସ । ଜଣେ ୟୁଜର ଲେଖିଛନ୍ତି, ଠିକ କଥା ଆମ ଭାରତୀୟ ସେନା ଠିକ ଏହିଭଳି ଅବସ୍ଥା କରିଛନ୍ତି ସୀମାରେ ତୁମ ଲୋକଙ୍କ ସହିତ । ଅନ୍ୟ ଜଣେ ଚତୁରତାର ସହିତ ଲେଖିଛନ୍ତି ଠିକ କଥା ଭାରତୀୟ ସେନା ପାକିସ୍ତାନୀ ସେନାଙ୍କୁ ସ୍ୱର୍ଗକୁ ପଠାଇ ଦେଇଛନ୍ତି, ଯାହାର ସ୍ୱାଗତ କରୁଛନ୍ତି ବୀଣା । ତେବେ ଏହିଭଳି ଭିନ୍ନ କମେଂଟ କରିଛନ୍ତି ଭାରତୀୟ ଟ୍ୱିଟର ୟୁଜର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More