Only for Entertainment

ପାକିସ୍ତାନୀ ସାମ୍ବାଦିକଙ୍କ ଚାନ୍ଦ ନବାବଙ୍କର ନୂଆ ଭିଡିଓ ଭାଇରାଲ, ପୁଣିଥରେ ଭୂଲି ଗଲେ ଲାଇନ ।

khabar NDTV
0 55

କିଛି ବର୍ଷ ପୂର୍ବେ ଇଦରେ ପାକିସ୍ତାନର ସାମ୍ବାଦିକ ଚାନ୍ଦା ନବାବଙ୍କ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓର ପ୍ରଭାବ ଏଭଳି ହୋଇଥିଲା ଯେ ନିର୍ଦ୍ଦେଶକ କବୀର ଖାନ ତାଙ୍କ ସୁପରହିଟ ଫିଲ୍ମ ବଜରଙ୍ଗୀ ଭାଇଜାନରେ ଏହି ଚରିତ୍ରକୁ ସ୍ୱତନ୍ତ୍ର ସ୍ଥାନ ଦେଇଥିଲେ । ଫିଲ୍ମରେ ଚାନ୍ଦ ନବାବଙ୍କ ଭୂମିକାରେ ନଜର ଆସିଥିଲେ ନବାଜୁଦ୍ଦିନ ସିଦ୍ଦକି । ମାତ୍ର ପୁଣି ଥରେ ରିଅଲ ଲାଇଫ ଚାନ୍ଦ ନବାବଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ପିଟିସି କରିବା ସମୟରେ ନିଜ ଲାଇନ ଭୂଲି ଯାଉଛନ୍ତି । ନିଜର ଏଭଳି ଭୂଲି ଯିବା ଅଭ୍ୟାସ କାରଣରୁ ଅନେକ ଥର ଟେକ ନେବାକୁ ପଡିଥିଲା ଚାନ୍ଦ ନବାବଙ୍କୁ ।

ପୂର୍ବଥର ଚାନ୍ଦ ନବାବ ଈଦରେ ନିଜ ଘରକୁ ଫେରୁଥିବା ଲୋକଙ୍କ ବିଷୟରେ ରିପୋର୍ଟିଂ କରି ଖୁବ ଚର୍ଚ୍ଚାରେ ଆସିଥିଲେ । ୧.୪୬ମିନିଟର ଏହି ଭିଡିଓରେ ମଧ୍ୟ ନିଜର ରିପୋଟିଂ ପୂରା କରି ପାରିନାହାନ୍ତି । ଏଥିରେ ମଧ୍ୟ ରିଟେକ ଅନେକ ଥର ନିଅଯାଇଥିଲା ।

ଏହି ଭିଡିଓକୁ ଦେଖି କିଛି ସାମ୍ବାଦିକ ଏହାକୁ ମାସୁମ ତୁଳନା କରୁଥିବା ବେଳେ କିଛି ଲୋକ ଏହାକୁ ଖୁବ ସମାଲୋଚନା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More