Only for Entertainment

ଜଣେ ପାକିସ୍ତାନୀ ପେଂଟର କିଛି ଏଭଳି ଅନ୍ଦାଜରେ ଗାଇଲେ ଗୀତ, ଶୁଣିଲେ ଅରିଜିତ ସିଂଙ୍କୁ ଭୂଲିଯିବେ ଆପଣ !

0 45

ଏକ ପାକିସ୍ତାନୀ ପେଂଟର ଆରିଫଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ପେଂଟର ଜଣକ ବଲିଉଡ ସିଙ୍ଗର ଅରିଜିତ ସିଂଙ୍କ ଗୀତ ଗାଉଥିବା ନଜର ଆସିଛନ୍ତି । ଏହି ପେଂଟରଙ୍କ ସ୍ୱର ମତୁଆଲା କରିଲା ଭଳି ହୋଇଛି ଯେ ଯାହାକୁ ଆପଣ ଶୁଣିଲେ ଅରିଜିତ ସିଂଙ୍କ ଗାୟକି ଭୂଲି ଯିବେ ।

ଏହି ପେଂଟର ଜଣକ ରଣବୀର କପୂର, ଅନୁଷ୍କା ଶର୍ମା ଏବଂ ଐଶ୍ୱର୍ଯ୍ୟା ରାୟ ଷ୍ଟାରର ଫିଲ୍ମ ଏ ଦିଲ ହେ ମୁସ୍କିଲର ଗୀତ ଚନ୍ନା ମେରେୟା, ଏବଂ ମହେଶ ଭଟ୍ଟଙ୍କ ଫିଲ୍ମ ଖାମୋସିୟାଁର ଟାଇଟଲ ଗାଇଛନ୍ତି । ଏହି ଦୁଇଟି ଯାକ ଗୀତ ଅରିଜିତଙ୍କ ଗାୟକି ଅଟେ ।

ଏହି ବ୍ୟକ୍ତି ଜଣକ ପେଶାଦାର ପେଂଟର ଆପଣ ଦେଖିପାରୁଥିବେ ସେ କାମ କଲା ବେଳେ କିଭଳି ଗୀତ ଗାଇ ଖୁସିରେ କାମ କରୁଛନ୍ତି । ଏହି ଭିଡିଓ ଦୃତମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More