Only for Entertainment

ପାକିସ୍ତାନର ବର୍ଷା ପାଣିରେ ଭାରତକୁ ଭସାଇବାକୁ ବାହାରିଥିବା ସାମ୍ବାଦିକଙ୍କ ଜୋଶ ଦେଖିଲେ ହସି ହସି ଗଡ଼ିଯିବେ ।

punjabkesari
654

ଏବେ ସୋସିଆଲ ମିଡିଆରେ ଜଣେ ବାକିସ୍ତାନ ସାମ୍ବାଦିକଙ୍କ ଭିଡ଼ିଓ ଖୁବ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି ଏବଂ ପାକିସ୍ତାନର ଖୁବ ମଜାକ ଉଡ଼ାଯାଉଛି । ଏହି ଭିଡ଼ିଓରେ ଦେଖିବାକୁ ମିଳିଛିଯେ ପାକିସ୍ତାନ ସାମ୍ବାଦିକ ଏକ ବଡ଼ ନାଳ ନିକଟରେ ଛିଡ଼ା ହୋଇ ନ୍ୟୁଜ ବାଇଟ ଦେଉଛନ୍ତି ।

ପଛରୁ ଏହି ନାଳରୁ ଅପରିଷ୍କାର ପାଣି ବହି ଆସୁଥିବାର ଦେଖବାକୁ ମିଳିଛି । ସାମ୍ବାଦିକ ନିଜକୁ ସମ୍ଭାଳିବା ପାଇଁ ପଥର ଉପରକୁ ଉଠି ଯାଉଛନ୍ତି । ଏହା ସହିତ ସାମ୍ବାଦିକ ଜଣକ ଭିଡ଼ିଓରେ ଦାବି କରି କହୁଛନ୍ତି ଯେ ବର୍ଷାପାଣିର ଏହି ନାଳ ମୋଦି ସରକାରଙ୍କୁ ବରବାଦ କରିଦେବ । ସାମ୍ବାଦିକ ଏହା ମଧ୍ୟ କହୁଛନ୍ତିଯେ ଭାରତ ପାକିସ୍ତାନକୁ ପାଣି ଛାଡ଼ିଲା, ଯାହା ଦ୍ୱାରା ପାକିସ୍ତାନକୁ ସମସ୍ୟାରେ ପଡ଼ିବାକୁ ପଡ଼ିଲା । କିନ୍ତୁ ଏବେ ପାକିସ୍ତାନର ବର୍ଷା ପାଣିର ନାଳରେ ଭାରତ ନଷ୍ଟଭ୍ରଷ୍ଟ ହୋଇଯିବ ।

ସାମ୍ବାଦିକ କହୁଛନ୍ତିଯେ ଦେଖନ୍ତୁ ଭାରତକୁ ତଳିତଳାନ୍ତ କରିଦେବା ପାଇଁ ମୋ ପଛରେ ଏକ ନାଳ ପାଣି ମାଡ଼ି ଆସୁଛି । ମୋଦିର ଆଦେଶକୁ ଶିକ୍ଷା ଦେବା ପାଇଁ ଆମ ଏହି ନାଳ ହିଁ ଯଥେଷ୍ଟ ଅଧିକ । ଆମେ ସେମାନଙ୍କୁ ଦେଖାଇବୁ ପାକିସ୍ତାନ ଯଦି ଏକ ଛୋଟ ନାଳ ପାଣି ଛାଡ଼ିଦେବ ତେବେ କ’ଣ ହେବ । ଏହା ମୋଦି ସରକାର ଏବଂ ଦିଲ୍ଲୀକୁ ଭସାଇ ଦେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More