ଯୌନ ଉତ୍ପିଡନ ମାମଲାରେ ମିଶା ଶଫିଙ୍କୁ ଲିଗାଲ ନୋଟିସ ପଠାଇଲେ ଅଲୀ ଜଫର
ଅଲୀ ଜଫରଙ୍କ ଉପରେ ଯୌନ ଉତ୍ପିଡନ ଆରୋପ ଲଗାଇଥିବା ପାକିସ୍ତାନୀ ସିଙ୍ଗର ମିଶା ଶଫି ଏହି ମାସଲାରେ ନିଜେ ଫସିବାରେ ଲାଗିଛନ୍ତି । ଖବର ଅନୁସାରେ ଅଲୀ ମିଶା ଶପିଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ଏହି ନୋଟିସରେ ସେ କହିଛନ୍ତି ମିଶା ଲଗାଇଥିବା ଆରୋପ ପୋଷ୍ଟ ଡିଲିଟ କରି ତାଙ୍କୁ କ୍ଷମା ମାଗନ୍ତୁ ନହେଲେ ୧୦ କୋଟି ମାନହାନୀ ମକଦ୍ଦମା ପାଇଁ ପ୍ରସ୍ତୁତ ରୁହନ୍ତୁ ।
କହିରଖୁଛୁ ଯେ କିଛି ଦିନ ପୂର୍ବେ ମିଶା ମାଠୁ କ୍ୟାମ୍ପେନ ସହିତ ଯୋଡି ହୋଇ ଅଲୀ ଜଫରଙ୍କ ଉପରେ ଯୌନ ଉତ୍ପିଡନର ଆରୋପ ଲଗାଇବା ସହିତ ତାଙ୍କ ସହିତ ଏହା ବାରମ୍ବାର ହୋଇଛି ବୋଲି ମଧ୍ୟ କହିଥିଲେ । କିନ୍ତୁ ଜଫର ମିଶାଙ୍କ ଏହି ଆରୋପକୁ ଖଣ୍ଡନ କରିଥିଲେ ଏବଂ ସେ କାନୁନର ସାହାଯ୍ୟ ନେବେ ବୋଲି କହିଥିଲେ ।