ଆର୍ଟିକଲ ୩୭୦ ଉଠାଇବା ପରେ ମୋଦୀଙ୍କ ଉପରେ ବର୍ଷିଲେ ପାକିସ୍ତାନୀ ସିଙ୍ଗର, ଦେଲେ ସ୍ନେକ ଆଟାକ ଧମକ ! ଦେଖନ୍ତୁ ଭିଡିଓ
ଜମ୍ମୁ କାଶ୍ମୀରରୁ ଆର୍ଟିକଲ ୩୭୦ ଉଠାଇବା ପରେ ପାକିସ୍ତାନ ଭାରତକୁ ନେଇ କଡା ସମାଲୋଚନା କରିବାରେ ଲାଗିଛି । କାଶ୍ମୀରକୁ ନେଇ ଫେକ୍ ନ୍ୟୁଜ ଖେଳାଇବା, ଯୁଦ୍ଧ ଧମକ ଦେବା ଯେମିତି ପାକିସ୍ତାନୀଙ୍କର ନିତିଦିନିଆ କାର୍ଯ୍ୟରେ ସାମିଲ ହୋଇସାରିଛି । ଇମରାନ ଖାନଙ୍କ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିନେତା ଏବଂ ସିଙ୍ଗରର୍ସ ଭାରତକୁ ଧମକ ଦେବାରେ ଲାଗି ଛନ୍ତି ଯାହାକୁ ଶୁଣିଲେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ । ଏବେ ଏହି ତାଲିକାରେ ପାନକିସ୍ତାନ ସିଙ୍ଗର ରାବୀ ପୀରଜାଦାଙ୍କ ନାମ ସାମିଲ ହୋଇଛି । ରାବୀ କାଶ୍ମୀରକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି ।
ଅସଲରେ ରାବୀ ପୀରଜାଦା ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ ବିଶାକ୍ତ ସାପ ଏବଂ କୁମ୍ବୀର ସହିତ ନଜର ଆସିଛନ୍ତି । ଭିଡିଓରେ ସେ କହିଛନ୍ତି , କାଶ୍ମୀର ଝିଅ ନିଜ ସାପସହିତ ପ୍ରସ୍ତୁତ । ଇଣ୍ଡିଆ ପାଇଁ । ଏହି ସାପ ମୋଦୀଙ୍କୁ ଗିପଅଟ ଦେବା ପାଇଁ । ମରିବା ପାଇଁ ପ୍ରସ୍ତୁତ ହୋଇଯାଓ । ଏହା ପରେ ରାବୀ କାଶ୍ମୀରକୁ ନେଇ ସ୍ୱର ଉଠାଇବା ସହିତ ଏକ ଗୀତ ମଧ୍ୟ ଗାଉଥିବାର ନଜର ଆସିଛନ୍ତି ।
ایک کشمیری لڑکی کی تیاری مودی کے خلاف، ویسے تو اس نے جہنم میں جانا ہی ہے، مگر اس جیسے انسا ن کی دنیا بھی جہنم ہونی چاہیے۔ #chotisibaathttps://t.co/cGfxSd0hd5 pic.twitter.com/h3C9HA1BT0
— Rabi Pirzada (@Rabipirzada) September 2, 2019
ଏହା ପ୍ରଥମଥର ନୁହେଁ ଯେ ରାବୀ ପୀରଜାଦା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏହି ଭଳି ଶବ୍ଦର ପ୍ରୟୋଗ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଏହି ଭଳି ଅନେକ ଅପଶବ୍ଦ ବ୍ୟବହାର କରିଛନ୍ତି ।