Only for Entertainment

ପ୍ରାଇଭେଟ ଫଟୋ ଏବଂ ଭିଡ଼ିଓ ଲିକ ହେବା ପରେ ଏଂଟରଟେନମେଂଟ ଇଣ୍ଡଷ୍ଟ୍ରି ଛାଡ଼ିଲେ ପାକିସ୍ତାନୀ ଗାୟିକା

The lallantop
33

ପାକିସ୍ତାନର ବିବାଦୀୟ ଗାୟିକା ରାବି ପୀରଜାଦା ୪ନଭେମ୍ବରରେ ଏଣ୍ଟରଟେନମେଣ୍ଟ ଇଂଣ୍ଡଷ୍ଟ୍ରି ଛାଡିବା ନେଇ ଟ୍ୱିଟର ଜରିଆରେ ଘୋଷଣା କରିଥିଲେ । କିନ୍ତୁ ଏହାର କାରଣ ସମ୍ପର୍କରେ କୋଣସି ସୂଚନା ଦେଇ ନଥିଲେ । କିନ୍ତୁ ନ୍ୟୁଜ ରିପୋର୍ଟ ଅନୁସାରେ, ରାବିଙ୍କ ପ୍ରାଇଭେଟ ଫଟୋ ଏବଂ ଭିଡିଓ ଗୁଡିକ ସୋସିଆଲ ମିଡିଆରେ ଲିକ୍ ହେବା ଫଳରେ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ପାକିସ୍ତାନୀ ଖବର କାଗଜରେ ଉର୍ଦ୍ଦୁ ପାଇଂଟରେ ଛପା ହୋଇଥିବା ଖବର ମୁତାବକ ରାବିଙ୍କ ବ୍ୟକ୍ତିଗତ ଫଟୋ ଓ ଭିଡିଓ ଗୁଡିକ ଶୁକ୍ରବାର ଦିନ ଲିକ ହୋଇଥିଲା, ଯାହା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରାଲ କରାଯାଇଥିଲା ।

ମଜାଦାର କଥା ହେଉଛି କି, ରାବିଙ୍କ ଲିକ ହୋଇଥିବା ଫଟୋ ପାକିିସ୍ତାନର ଆର୍ମି ସହିତ ଜଡିତ । ଏହି ସମସ୍ତ ଘଟଣା ପାକିସ୍ତାନୀ ଫିଲ୍ମ ‘କାଫ କଙ୍ଗନା’ର ଏକ ଗୀତରୁ ଆରମ୍ଭ ହୋଇଥିଲା । ଫିଲ୍ମ ‘କାଫ କଙ୍ଗନା’ ପାକିସ୍ତାନର ଇଂଟର ସର୍ଭିସ ପବ୍ଲିକ ରିଲେସନର ପ୍ରୋଜେକ୍ଟ, ଏବଂ ଆଇଏସପିଆର ପାକିସ୍ତାନୀ ଆର୍ମିର ପବ୍ଲିକ ରିଲେସନ ୱିଙ୍ଗ ଅଟନ୍ତି । ଏହି ଫିଲ୍ମରେ ଏକ ଗୀତ ‘ଇଣ୍ଡିଆ ୱାଲେ’ । ଏହା ଏକ ଆଇଟମ ନମ୍ବର । ଯାହାର ଲିରିକ୍ସ ବହୁତ ଭଲ ଥିଲା । ପାକିସ୍ତାନୀ ଆର୍ମି ଏହା ସହ ଯୋଡି ହେବା ଫଳରେ ଲଗାତାର ଏହି ଗୀତର ଚର୍ଚ୍ଚା ହେଉଛି । ଏହି ବିବାଦରେ ଗୀତରେ ନଜର ଆସିଥିବା ଅଭିନେତ୍ରୀ ନୀଲମ ମୁନୀରଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି ।

ନୀଲମ ଇନଷ୍ଟାଗ୍ରାମରେ ଏକ ଗୀତ କ୍ଲିପ୍ ଶେୟାର କରି ନିଜ ସଫେଇରେ କହିଛନ୍ତି କି, ସେ ଏହି ଗୀତକୁ ଏଥିପାଇଁ କରିବାକୁ ଇଚ୍ଛା କରିଥିଲେ କାରଣ ଏହି ଗୀତଟି ପାକିସ୍ତାନୀ ଆର୍ମି ସହ ଜଡିତ ଥିଲା । ଏହା ତାଙ୍କ କ୍ୟାରିଅର ମଧ୍ୟରେ ପ୍ରଥମ ଓ ଶେଷ ଆଇଟମ୍ ନମ୍ବର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More