Only for Entertainment

‘ପାକିଜା’ ଅଭିନେତ୍ରୀ ଗୀତା କପୁରଙ୍କ ନିଧନ,ପୁଅ ବୋହୁ ହସ୍ପିଟାଲରେ ଛାଡ଼ି ଚାଲି ଯାଇଥିଲେ ।

amarujala
0 50

କମାଲ ଅମରୋହିଙ୍କ ଫିଲ୍ମ ‘ପାକିଜା’ରେ ରାଜକୁମାରଙ୍କ ଦ୍ୱିତୀୟ ପତ୍ନୀ ଭାବେ ନଜର ଆସିଥିବା ଗୀତା କପୁରଙ୍କର ଆଜି ସକାଳେ ପରଲୋକ ହୋଇଛି । ସମୟ ପ୍ରାୟ ୯ଟାରେ ସେ ତାଙ୍କର ଶେଷ ନିଃଶ୍ୱାସ ନେଇଥିଲେ । ପ୍ରଯୋଜକ ଅଶୋକ ପଣ୍ଡିତ ଏକ ଭିଡ଼ିଓ ସେୟାର କରି ଏହାର ଖବର ଦେଇଛନ୍ତି ।

ଅଶୋକ ଲେଖିଛନ୍ତିଯେ ଗୀତା କପୁରଙ୍କ ପାର୍ଥିବ ଶରୀର ନିକଟରେ ଛିଡ଼ା ହୋଇଛି ଯାହାଙ୍କୁ ତାଙ୍କ ପିଲାମାନେ ୧ ବର୍ଷ ତଳେ ହସ୍ପିଟାଲରେ ଛାଡ଼ି ଚାଲି ଯାଇଥିଲେ । ବୃଦ୍ଧାଶ୍ରମରେ ସେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କିନ୍ତୁ ସେ ତାଙ୍କ ପୁଅ ଝିଅଙ୍କୁ ଅପେକ୍ଷା କରି କରି ଦୁର୍ବଳ ହୋଇପଡ଼ିଥିଲେ ।

ଅଶୋକ ପଣ୍ଡିତ ଏହା ମଧ୍ୟ କହିଛନ୍ତିଯେ ତାଙ୍କ ଶବକୁ ବିଲେ ପାର୍ଲେ ସ୍ଥିତ କୁପର ହସ୍ପିଟାଲରେ ଦୁଇଦିନ ପାଇଁ ରଖାଯିବ । ଆଶା ଅଛିଯେ ଏହି ସମୟରେ ତାଙ୍କ ପିଲାମାନେ ଆସିବେ ନଚେତ ସେମାନେ ତାଙ୍କ ଶବ ସତ୍କାର କରିଦେବେ ।

ଅଶୋକ ଲେଖିଛନ୍ତିଯେ ଗତ ୧ ବର୍ଷ ଧରି ସେ ତାଙ୍କୁ ପିଲାଙ୍କୁ ଅପେକ୍ଷା କରିଥିଲେ,କିନ୍ତୁ କେହି ମଧ୍ୟ ଆସିନଥିଲେ । ଗତ ଶନିବାର ଦିନ ତାଙ୍କୁ ଖୁସି କରିବା ପାଇଁ ସମସ୍ତେ ଏକ ଗ୍ରାଣ୍ଡ ବ୍ରେକଫାଷ୍ଟ ଆରେଂଜ କରିଥିଲେ । ସେ ଠିକ ଥିଲେ କିନ୍ତୁ ଖୁସି ନଥିଲେ । କାରଣ ସେ ତାଙ୍କ ପିଲାଙ୍କୁ ଦେଖିବାକୁ ଚାହୁଁଥିଲେ । ଖବର ଅନୁସାରେ ତାଙ୍କ ପୁଅ ତାଙ୍କୁ ମାଡ଼ ମାରୁଥିଲା । ତେବେ ଗୀତା ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More