Only for Entertainment

ରୋମାଂଟିକ୍ ଚଳଚ୍ଚିତ୍ର ‘ପଲ୍ ପଲ୍ ଦିଲ୍ କେ ପାସ୍’ ଆଉ ଏକ ଗୀତ ‘ଆଧା ଭି ଜ୍ୟାଦା’ ରିଲିଜ୍ !

33

ଏକ ନିଆରା ପ୍ରେମ କାହାଣୀକୁ ନେଇ ବଲିଉଡରେ ପ୍ରସ୍ତୁତ ହୋଇଛି ରୋମାଂଟିକ୍ ଚଳଚ୍ଚିତ୍ର ‘ପଲ୍ ପଲ୍ ଦିଲ୍ କେ ପାସ୍’ । ଏହି ସିନେମା ଜରିଆରେ ବିଗ୍ ସ୍କ୍ରିନରେ ପାଦ ରଖିବାକୁ ଯାଉଛନ୍ତି ସୁପରଷ୍ଟାର୍ ସନ୍ନି ଦେଓଲଙ୍କ ଲାଡଲା କରଣ ଦେଓଲ୍ । ସିନେମାରେ କରଣଙ୍କ ବିପକ୍ଷରେ ନାୟିକା ଭାବେ ନବାଗତା ସୁନ୍ଦରୀ ସେହେର୍ ବାମ୍ବାଙ୍କୁ ଦେଖିବାକୁ ମିଳିବ । ଦୁହିଁଙ୍କୁ ନେଇ ସିନେମାର ଆଉ ଏକ ଗୀତ ଏବେ ରିଲିଜ୍ ହୋଇଛି ।

ଆଗାମୀ ବଲିଉଡ୍ ରୋମାଂଟିକ୍ – ଡ୍ରାମା ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ର ଆଉ ଏକ ଗୀତ ‘ଆଧା ଭି ଜ୍ୟାଦା’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ କରଣ ଦେଓଲଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ କରଣଙ୍କର ଏହା ଇଂଟ୍ରୋଡକ୍ସନ୍ ଗୀତ ହେବାକୁ ଯାଉଛି । ଏହି ସିନେମାରେ ତାଙ୍କୁ ଟ୍ରେକିଂ ଗାଇଡ୍ ଭୂମିକାରେ ଦେଖିବାକୁ ମିଳିବ । ଆଉ ହିମାଚଳ ପ୍ରଦେଶର ଜଣେ ବାସିନ୍ଦା ଭାବେ କରଣଙ୍କୁ ଦେଖିବାକୁ ମିଳିବ । କରଣ୍ ଏହି ଫିଲ୍ମ ଜରିଆରେ ବଲିଉଡ୍ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ।


ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି କଣ୍ଠଶିଳ୍ପୀ ହଂସରାଜ୍ ରଘୁବଂଶୀଙ୍କ ଗାୟିକୀ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ସାଚେତ୍ – ପରମ୍ପରା । ଆଉ ଏହାର ଲିରିକ୍ସ ଦେଇଛନ୍ତି ସିଦ୍ଧାର୍ଥ ଓ ଗରିମା । ସନ୍ନି ଦେଓଲ୍ ଓ ଜି ଷ୍ଟୁଡିଓଜର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିଜେ ସନ୍ନି ଦେଓଲ୍ । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୨୦ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More