Only for Entertainment

ଦେଶାତ୍ମବୋଧର ବହ୍ନି ଜଳାଇବ ‘ପଲଟନ’ର ଟ୍ରେଲର,ନଜର ଆସିଲା ଇଣ୍ଡିଆନ ଆର୍ମିର ସାହସ ।

bollywood tadka
0 39

ବଲିଉଡ ଫିଲ୍ମ ‘ପଲଟନ’ର ଟ୍ରେଲର ରିଲିଜ ହୋଇ ସାରିଛି । ଏହି ଫିଲ୍ମକୁ ଦେଖିବା ପରେ ନିହାତି ଭାବରେ ଆପଣଙ୍କୁ ବର୍ଡ଼ର ଫିଲ୍ମ ମନେ ପଡ଼ିବ । ଉଭୟ ଫିଲ୍ମର ନିର୍ମାତା ଜେପି ଦତ୍ତା । ଏହି ଫିଲ୍ମର ଟ୍ରେଲରକୁ କିଛି ଘଂଟା ମଧ୍ୟରେ ୨୧ ଲକ୍ଷରୁ ଅଧିକ ଥର ଦେଖା ସରିଛି । ଫିଲ୍ମର ଟ୍ରେଲର ଖୁବ ଦମଦାର ହୋଇଛି । ଏହି ଥର ଜେପି ଦତ୍ତା ୧୯୬୭ରେ ଚୀନ ସହିତ ସିକ୍କିମର ନଥୁରାମରେ ହୋଇଥିବା ଯୁଦ୍ଧକୁ ଦେଖାଇଛନ୍ତି ।

ଫିଲ୍ମରେ ଜ୍ୟାକି ସ୍ରଫ,ସୋନୁ ସୁଦ,ଅର୍ଜୁନ ରାମପାଲ,ଗୁରମିତ ଚୌଧରୀ,ହର୍ଷବର୍ଦ୍ଧନ ରାଣେ ଓ ସିଦ୍ଧାର୍ଥ କପୁରଙ୍କ ଭଳି ଦମଦାର ଆକ୍ଟର ନଜର ଆସିଛନ୍ତିି । ଏହା ସହିତ ଈଶା ଗୁପ୍ତା,ସୋନଲ ଚୌହାନ,ଦୀପିକା କକ୍କର ଏବଂ ମୌନିକା ଗିଲଙ୍କ ଭଳି ଅଭିନେତ୍ରୀ ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଏକ ଟ୍ୟାଗଲାଇନ ରହିଛି ଯାହାକୁ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ଫିଲ୍ମ ୭ ସେପ୍ଟେମ୍ବରକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More