Only for Entertainment

ଭାରତରେ ରହିଛି ଏପରି ଏକ ପାନ ଦୋକାନ ଯେଉଁଠି ଭଡାରେ ମିଳନ୍ତି ବରଯାତ୍ରୀ

KolkataTimes
25

ଘରେ ବିବାହ ଉତ୍ସବ ଆୟୋଜନ ସମସ୍ତଙ୍କୁ ଏକ ଭିନ୍ନ ଖୁସି ଦେଇଥାଏ । ବର-କନ୍ୟାଙ୍କ ଠାରୁ ଆରମ୍ଭ କରି ପରିବାର ଲୋକେ ଏବଂ ବରଯାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାରର ଭୋଜନର ବ୍ୟବସ୍ଥା ହୋଇଥାଏ । ଉତ୍ସବରେ ପୁରୁଣା ବନ୍ଧୁ ପରିଜନ ସାମିଲ ହୋଇଥାନ୍ତି । ତେବେ ଭାବି ଦେଖନ୍ତୁ ତ, ଯଦି ବିବାହ ଉତ୍ସବରେ ଆପଣ ବରଯାତ୍ରୀଙ୍କ ଠାରୁ ଆରମ୍ଭ କରି ଅଜା-ଆଈ, ଦାଦା-ଦାଦି, ଭାଇ- ଭଉଣୀ ସମସ୍ତଙ୍କୁ ଭଡ଼ାରେ ପାଇପାରିବେ ତେବେ କ’ଣ ହେବ ? ଆଶ୍ଚର୍ଯ୍ୟ ହୋଇଗଲେ କି ?

ଆଜ୍ଞା ହଁ, ହରିଆନାର ଅମ୍ବାଲା କ୍ୟାଣ୍ଟରେ ଏପରି ଏକ ପାନ ଦୋକାନ ରହିଛି ଯେଉଁଠାରେ ଆପଣ ଭଡ଼ାରେ ବନ୍ଧୁ-ବାନ୍ଧବ ପାଇପାରିବେ । ଏଇ ଦୋକାନର ନାମ ହେଉଛି ଶ୍ରୀ ବିହାରୀଲାଲ୍‍ ଜୀ ପାନ୍‍ ବାଲା । ଏହି ଦୋକାନର ପାନ ଅଞ୍ଚଳରେ ବେଶ ଖ୍ୟାତ । ହେଲେ ଦୋକାନ ଏଥିପାଇଁ ପ୍ରସିଦ୍ଧ ଯେ, ଏଠାରେ ଭଡ଼ାରେ ମଧ୍ୟ ମିଳନ୍ତି ବରଯାତ୍ରୀ । ଦୋକାନର ମାଲିକ ସନି ନିକଟରେ ଏକ ୱେବସାଇଟ୍‍କୁ ସାକ୍ଷାତକାର ଦେବା ଅବସରରେ ଆମେ ଭଡ଼ାରେ ବରଯାତ୍ରୀ ଯୋଗାଉଥିବା ବିଷୟ ସ୍ୱୀକାର କରିଛନ୍ତି ।

ସେ କହିଛନ୍ତି ଯେ, ଆମେ ଭିନ୍ନଭିନ୍ନ ପ୍ରକାରର ବରଯାତ୍ରୀ ଯୋଗାଇଥାଉ । କେଉଁମାନେ ଘୋଡା ଆଗରେ ନାଚିବେ, କେଉଁମାନେ ଘୋଡା ପଛରେ ଚାଲିବେ, କେଉଁମାନେ ମଦ ପିଇ ଉତ୍ପାତ ହେବେ, ସେମାନେ ସମସ୍ତେ ଆମଠୁ ମିଳନ୍ତି । ତେବେ ବରଯାତ୍ରୀ ହେବା ପାଇଁ ସେମାନଙ୍କୁ ଆମକୁ ଆଧାରକାର୍ଡ ଦେବାକୁ ପଡିବ । ବିନା ଖର୍ଚ୍ଚରେ ସେମାନେ ବିବାହର ମଜା ନେଇପାରିବେ । ମୋ ବାପା ଏହି ବ୍ୟବସ୍ଥା ଆରମ୍ଭ କରିଥିଲେ । ବର୍ଷକୁ ଆମକୁ ବରଯାତ୍ରୀ ପାଇଁ ୫ ରୁ ୬ ଅର୍ଡର ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More