Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ପ୍ରୋଟିନଯୁକ୍ତ ପଂଚରତ୍ନ ଡାଲି !

Balance Nutrition
32

ପାଞ୍ଚ ପ୍ରକାରର ଡାଲିକୁ ସମାନ ପରିମରଣରେ ନେଇ ଏହି ଡାଲି ତିଆରି କରାଯାଏ। ଏହାକୁ ରାଜସ୍ଥାନୀ ପଞ୍ଚମେଲ ଡାଲି ବା ପଞ୍ଚରତ୍ନ ଡାଲି କୁହାଯାଏ। ଏହି ସ୍ବାଦିଷ୍ଟ ତଥା ପ୍ରୋଟିନ୍‌ ଯୁକ୍ତ ଡାଲି ପାଇଁ ମୁଗ, ଚଣା, ମସୁର, ହରଡ଼ ଏବଂ ବିରି ଡାଲି ସମାନ ପରିମାଣରେ ନିଆଯାଇ ରନ୍ଧା ହୋଇଥାଏ।

ଆବଶ୍ୟକୀୟ ସାମଗ୍ରୀ :

୫୦ ଗ୍ରାମ୍‌ ଲେଖାଏ ମୁଗ, ହରଡ଼, ବିରି, ମସୁର ଏବଂ ଚଣା ଡାଲି,  ୧୦୦ ଗ୍ରାମ୍‌ କଟା ପିଆଜ, ୧୦୦ ଗ୍ରାମ୍‌ କଟା ଟମାଟୋ, ୨୦ ଗ୍ରାମ୍‌ କଟା କଞ୍ଚା ଲଙ୍କା, ୨୦ ଗ୍ରାମ୍‌ କଟା ଧନିଆ ପତ୍ର, ୨୦ ଗ୍ରାମ୍‌ ଛେଚା ଅଦା, ୫ ଗ୍ରାମ୍‌ ହେଙ୍ଗୁ, ୫ ଗ୍ରାମ୍‌ ଜିରା, ୧୫ ଗ୍ରାମ୍‌ ଧନିଆ ଗୁଣ୍ଡ, ୧୦ ଗ୍ରାମ୍‌ ଲଙ୍କା ଗୁଣ୍ଡ, ୧୦ ଗ୍ରାମ୍‌ ହଳଦୀ ଗୁଣ୍ଡ, ୧୦ ଗ୍ରାମ୍‌ ପାନମଧୁରୀ ଗୁଣ୍ଡ, ୫ ଗ୍ରାମ୍‌ ଗରମ ମସଲା, ୧୦୦ ଗ୍ରାମ୍‌ ବଟର କିମ୍ବା ଘିଅ ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ :

ସମସ୍ତ ଡାଲିକୁ ସଫା କରି ପାଣିରେ ଭଲ ଭାବେ ଧୋଇ ଦୁଇ ଘଣ୍ଟା ଯାଏ ପାଣିରେ ଭିଜାଇ ରଖନ୍ତୁ। ଦୁଇ ଘଣ୍ଟା ପରେ ପାଣିରୁ ବାହାର କରି ପ୍ରେସରକୁକରରେ ରଖନ୍ତୁ। ଏବେ ଏଥିରେ ଆବଶ୍ୟକ ଅନୁଯାୟୀ ପାଣି, ଲୁଣ ଏବଂ ଅଦା ପକାଇ ବନ୍ଦ କରି ଗ୍ୟାସ୍‌ରେ ବସାନ୍ତୁ। ୨ରୁ ୩ଟି ହ୍ବିସିଲ୍‌ ମାରିବା ଯାଏ ଏହାକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ବଟର କିମ୍ବା ଘିଅ ଗରମ କରନ୍ତୁ। ଏଥିରେ ହେଙ୍ଗୁ ଏବଂ ଜିରା ପକାନ୍ତୁ। ଜିରା ଫୁଟିଗଲା ପରେ ଏଥିରେ ପିଆଜ ପକାଇ ବ୍ରାଉନ୍‌ ହେବା ଯାଏ ଭାଜନ୍ତୁ।

ଏହା ପରେ ଏଥିରେ ଟମାଟୋ, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ପକାନ୍ତୁ। ଏହାକୁ କିଛି ସମୟ ଭାଜନ୍ତୁ। ମସଲାରୁ ତେଲ ଛାଡ଼ିବା ଯାଏ ଏହାକୁ ଗୋଳାନ୍ତୁ। ଏବେ ଏହାକୁ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ। ପ୍ରେସରର ଢାଙ୍କୁଣୀ ଖୋଲି ଧିମା ଆଞ୍ଚରେ ଚାମଚରେ ଡାଲି ଘୋଟନ୍ତୁ। ଏହାକୁ ୨ରୁ ୩ ମିନିଟ୍‌ ସିଝାଇବା ପରେ ପ୍ରେସରକୁକର ତଳକୁ ବାହାର କରନ୍ତୁ। ଏବେ ଏଥିରେ ଛୁଙ୍କ ହୋଇ ରହିଥିବା ମସଲା ପକାନ୍ତୁ। ୧ରୁ ୨ ମିନିଟ୍‌ ଏହାକୁ ଗ୍ୟାସ୍‌ ଉପରେ ରଖିବା ପରେ ଚୁଲିରୁ ବାହାର କର୍ତୁ। ଏଥିରେ ଧନିଆ ପତ୍ର, କଞ୍ଚା ଲଙ୍କା ଏବଂ କଟା ଟମାଟୋରେ ସଜାଇ ଗିନାରେ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More