Only for Entertainment

ସରଳ ପଂଜାବୀ ଡିସ ଚିଜ କ୍ୟାପସିକମ ମସାଲା ।

Foodviva.com
35

ପ୍ରଥମେ ଏକ ପାତ୍ରରେ ପନିର, ୧ ଚାମଚ ଅଦା, ୧ ଚାମଚ ରସୁଣ, ସ୍ୱାଦନୁସାରେ ଲୁଣ, ଲଙ୍କା ଗୁଣ୍ଡ, ନଡ଼ିଆ ରସକୁ ଭଲ ଭାବରେ ମିଶାଇ ୨୦ ମିନିଟ ପାଇଁ ରଖନ୍ତୁ । ଏହାପରେ ପ୍ୟାନ ଗରମ କରି ବଟର ପକାନ୍ତୁ ଏବଂ ସେଥିରେ ରଖିଥିବା ପନିର ପକାନ୍ତୁ । ଏହା  ସୁନେଲି ରଙ୍ଗ ହୋଇଯିବା ପରେ ବାହାର କରିଦିଅନ୍ତୁ ।

ଅନ୍ୟ ଏକ କଡ଼ାଇରେ ତେଲ ଗରମ କରନ୍ତୁ । ଏଥିରେ ଲବଙ୍ଗ, ଡାଳଚିନି, ଅଳଇଚ, ଶୁଖିଲା ଲଙ୍କା,ତେଜପତ୍ର ପକାନ୍ତୁ । ଏବେ ଅଦା ରସୁଣ ପକାନ୍ତୁ । ମଧ୍ୟମ ଆଂଚରେ ରଖନ୍ତୁ । ଏହାପରେ ପିଆଜ,ଟମାଟୋ ଏବଂ କଂଚା ଲଙ୍କା ଏବଂ ଲୁଣ ପକାନ୍ତୁ । ଏଥିରେ ଲଙ୍କା ଗୁଣ୍ଡ ଏବଂ ହଳଦୀ ଗୁଣ୍ଡ ପକାଇ ମିଶାନ୍ତୁ ଏବଂ ବ୍ଲେଣ୍ଡରକୁ ବାହାର କରିଦିଅନ୍ତୁ । ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରନ୍ତୁ । ଏବେ ଏହାକୁ ଏକ କଡ଼ାଇରେ ସାମାନ୍ୟ ତେଲ ଗରମ କରି ପକାନ୍ତୁ । ଏହା ସହିତ ଜିରା ଏବଂ ଧନିଆ ଗୁଣ୍ଡ ପକାଇ ମିଶାନ୍ତୁ । ତାହାପରେ କ୍ୟାପସିକମ ପକାନ୍ତୁ ଏବଂ ୧୦ ମିନିଟ ପାଇଁ ଘୋଡ଼ାଇ ଦିଅନ୍ତୁ । ଢାଙ୍କୁଣି ବାହାର କରିବା ପରେ ରଖିଥିବା କ୍ୟାପସିକମ ପକାନ୍ତୁ । ମଧ୍ୟମ ଆଂଚରେ ୫ରୁ ୭ ମିନିଟ ରଖନ୍ତୁ ଏବଂ ବାହାର କରି ଧନିଆପତ୍ର ଗାର୍ନିସ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More