Only for Entertainment

ଆଜି ହିଁ ଘରେ ଟ୍ରାଏ କରନ୍ତୁ ଟେଷ୍ଟି ଛେନା ପରଟା ।

7starkitchen
0 68

ସାମଗ୍ରୀ – ଅଟା ୫୦୦ଗ୍ରା,୨୫୦ଛେନା ,ପିଆଜ ,ଲଙ୍କା ,ଅଦା ,ଧନିଆ ପତ୍ର ,ଗରମ ମସଲା ,ଘିଅ ।

ପ୍ରଣାଳୀ – ଅଟାକୁ ଘିଅ ଘସି ଚକଟି ଦେବେ । କିଛି ସମୟ ରଖିଦେବେ । ଛେନାରୁ ଭଲରେ ପାଣି ନିଗାଡି ଦିଅନ୍ତୁ । ଲୁଣ ପକାଇ ଚକଟି ଦିଅନ୍ତୁ । ପିଆଜ ,ଅଦା,କଞ୍ଚାଲଙ୍କା ,ଧନିଆ ପତ୍ର କଟା ,ଗରମ ମସଲା ଗୁଣ୍ଡ ଗୋଳାଇ ଗୋଲାଟିଏ ମାନ କରନ୍ତୁ । ଅଟାକୁ ମଣ୍ଡାପିଠା ଖୋଳ ପରିକରି ଏଥିରେ ଛେନାପୁର ଦେଇ ମୁହଁ ବନ୍ଦ କରନ୍ତୁ । ଧୀରେ ଧୀରେ ବେଲି ଗୋଲ ଗୋଲ ପରଟା କରି ଘିଅରେ ସେକି ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଛେନା ପରଟା । ଆଚାର କିମ୍ବା ଚଟଣି ସହିତ ଖାଆନ୍ତୁ ଏବଂ ଖୁଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More