Only for Entertainment

ପନିର ପରଟା

smedia2.intoday.in
0 79

ସାମଗ୍ରୀ :
ଅଟା – ୫୦୦ଗ୍ରାମ
ପନିର – ୨୦୦ଗ୍ରାମ
ସିଝାଆଳୁ – ୪ଟା
ଲଙ୍କା ଗୁଣ୍ଡ – ୧ଚାମଚ
ଛୋଟ ଖଣ୍ଡେ ଆମ୍ବ କଷି ଅଦା
ଗରମ ମସଲା – ୧ଚାମଚ
ହଳଦୀ ଗୁଣ୍ଡ – ୧ଚାମଚ
କଂଚା ଲଙ୍କା – ୪ଟା
ଅଳ୍ପ ଧନିଆ ପତ୍ର
ଲୁଣ ଆବଶ୍ୟକ ଅନୁସାରେ
ଆବଶ୍ୟକ ଅନୁଯାୟୀ ରିଫାଇନ ତେଲ
ପ୍ରଣାଳୀ :
ପ୍ରଥମେ ଅଟାରେ ଲୁଣ ଦେଇ ଚକଟିକି ରଖନ୍ତୁ । ଆଳୁରୁ ଚୋପା ଛଡାଇ ସେଥିରେ ଲଙ୍କାଗୁଣ୍ଡ , ହଳଦୀ ଗୁଣ୍ଡ, ଆମ୍ବକଷି ଅଦା ଓ କଂଚାଲଙ୍କାକୁ କାଟି ପକେଇ ଭଲଭାବେ ଚକଟି ଦିଅନ୍ତୁ । ପନିରକୁ ଗ୍ରେଟ କରି ରଖନ୍ତୁ । ଗ୍ୟାସରେ କଡେଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେଲା ପରେ ପନିର ଗ୍ରେଟକୁ ହାଲକା ଭାବେ ଆଳୁ ଚକଟା ସହ ମିଶାଇ କଷନ୍ତୁ । ତା’ପରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଅଳ୍ପ ସମୟ କଷି ଗୋଟିଏ ପାତ୍ରରେ କାଢି ଦିଅନ୍ତୁ । ଚକଟା ହୋଇଥିବା ଅଟାକୁ ଗୋଲ ଗୋଲ ଗୁଳା କରି ତା’ ଭିତରେ ମସଲା ଭରି ହାଲକା ଭାବରେ ପରଟା ପରି ବେଲନ୍ତୁ । ବେଲି ସାରିଲା ପରେ ଗ୍ୟାସରେ ତାୱା ବସାଇ ପରଟା ଗୁଡିକୁ ଏପଟେ ସେପଟେ ଲେଉଟାଇ ତେଲ ଦେଇ ଭଲ ଭାବେ ସେକନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More