Only for Entertainment

ପାପା କେହେତେ ହେଁ ଫିଲ୍ମ ହିରୋଇନ ମୟୁରୀ ହେଲେ ଗୁଗଲ ଏଜେନ୍ସି ହେଡ୍ !

43

ବଲିଉଡ୍‌ ଅଭିନେତ୍ରୀ ମୟୁରୀ କାଙ୍ଗୋ ଗୁଗଲ ଇଣ୍ଡିଆରେ ଏଜେନ୍ସି ପାର୍ଟନରଶିପ୍‌ର ଇଣ୍ଡଷ୍ଟ୍ରୀ ହେଡ୍‌ ଭାବେ ନିଯୁକ୍ତି ପାଇଛନ୍ତି। ମୟୁରୀ ୧୯୯୬ରେ ରିଲିଜ ହୋଇଥିବା ପାପା କେହେତେ ହେଁ’ରେ ନଜର ଆସିଥିଲେ ଏବଂ ତାଙ୍କୁ ଏହି ଫିଲ୍ମ ପାଇଁ ସମସ୍ତେ ମନେ ରଖିଛନ୍ତି । ତାଙ୍କ ଅଫିସିଆଲ ଲିଙ୍କ୍‌ଡିଇନ୍‌ ପ୍ରୋଫାଇଲ୍‌ ଅନୁସାରେ ମୟୁରୀ ମାର୍ଚ୍ଚ ୨୦୧୯ରୁ ଗୁଗଲ ଇଣ୍ଡିଆ ସହିତ ଜଡ଼ିତ ହୋଇଛନ୍ତି।

ମୟୁରୀ କହିଛନ୍ତି ଯେ ଗୁଗଲ ସହିତ ଜଡ଼ିତ ହୋଇଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି। ତାଙ୍କ ପାଖରେ ଥିବା ଦଶ ବର୍ଷର ଅନୁଭବକୁ ଉପଯୋଗ କରି ଏହି ଭାଗିଦାରୀକୁ ଆଗକୁ ନେଇ ଯିବାକୁ ସେ ପ୍ରସ୍ତୁତ ଅଛନ୍ତି। ଏକ ଅନୁଭବୀ ଟିମ୍‌ର ଅଂଶ ପାଲଟିବା ତାଙ୍କ ପାଇଁ ଏକ ଉତ୍ତମ ଅବସର। ନିଜ ପେସାଗତ ଜୀବନକୁ ଆଗକୁ ବଢ଼ାଇବାକୁ ଯାଉଥିବାରୁ ସେ ବହୁତ ଉତ୍ସାହିତ ଥିବା ମୟୁରୀ କହିଛନ୍ତି।

ମୟୁରୀ ଏହା ପୂର୍ବରୁ ଏକ ମାର୍କେଟିଂ ଏଜେନ୍ସି ପରଫରମିକ୍ସର ପ୍ରବନ୍ଧ ନିର୍ଦ୍ଦେଶକ ଥିଲେ। ସେ ‘ଡିଜିଟାସ୍‌’ରେ ମିଡିଆ ସହାୟତା ନିର୍ଦ୍ଦେଶକ ଓ ‘ଜେନିଥ୍‌’ର ମୁଖ୍ୟ ଡିଜିଟାଲ ଅଫିସର ଭାବେ କାମ କରିଥିଲେ। ମୟୁରୀ ୧୯୯୫ରେ ବାବ୍ରି ମସ୍‌ଜିଦ ପ୍ରସଙ୍ଗ ଉପରେ ଆଧାରିତ ଫିଲ୍ମ ‘ନସୀମ’ ମାଧ୍ୟମରେ ଅଭିନୟ ଜଗତରେ ପାଦ ରଖିଥିଲେ। କିନ୍ତୁ ମହେଶ ଭଟ୍ଟଙ୍କ ସିନେମା ‘ପାପା କହତେ ହୈଁ’ରେ ତାଙ୍କୁ ପରିଚୟ ମିଳିଥିଲା। ଏଥିରେ ତାଙ୍କ ସହ ଯୁଗଲ ହଂସରାଜ ମଧ୍ୟ ଅଭିନୟ କରିଥିଲେ। ଏହାବ୍ୟତୀତ ମୟୁରୀ ବେତାବୀ, ହୋଗୀ ପ୍ୟାର୍‌ କୀ ଜିତ୍‌ ଓ ବାଦଲ ଫିଲ୍ମରେ ଅଭିନୟ କରିଛନ୍ତି। କହୀଁ କିସୀ ରୋଜ୍‌, କିଟି ପାର୍ଟି, କୁସୁମ ଓ କ୍ୟା ହାଦ୍‌ସା କ୍ୟା ହକୀକତ ଭଳି ଟିଭି ଶୋ’ରେ ମଧ୍ୟ ସେ କାମ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More