ଅମୃତଭଣ୍ଡାରେ ଭିଟାମିନ୍,ମିନେରାଲ୍ସ ଏବଂ ଅନ୍ୟାନ୍ୟ ଗୁଣ ରହିଥିବା କାରଣରୁ ଏହା ଶରୀରକୁ ଦୁର୍ବଳ ହେବାରୁ ରକ୍ଷା କରିଥାଏ। ଏହା ସହିତ ଶରୀରରକୁ ସୁସ୍ଥ ମଧ୍ୟ ରଖିଥାଏ। ଆସନ୍ତୁ ,ଜାଣିବା ଆଉ କି ଉପକାର କରିଥାଏ ଅମୃତଭଣ୍ଡା।
• ରୋଗ ପ୍ରତିରୋଧକ କ୍ଷମତାରେ ଭରପୁର ଅଟେ ଅମୃତଭଣ୍ଡା: ଅମୃତଭଣ୍ଡା ଜୁସ୍ର ସେବନ ମଣିଷ ଶରୀରରେ ରହିଥିବା ରୋଗ-ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ।ଏହି କାରଣରୁ ନେଇ ଆମକୁ ବିଭିନ୍ନ ସଂକ୍ରମଣ ଏବଂ ରୋଗ ହେବାଠୁଁ ମୁକ୍ତି ମିଳିଥାଏ।
• ଦରଜ ସମସ୍ୟାରୁ ମୁକ୍ତିି ଦେଇଥାଏ ଅମୃତଭଣ୍ଡାର ସେବନ:- ଋତୁସ୍ରାବ ସମୟରେ ମହିଳାଙ୍କଠାରେ ଦେଖାଯାଉଥିବା ପେଟ ଦରଜ ଜନିତ ସମସ୍ୟା ପାଇଁ ବି ଅମୃତଭଣ୍ଡା ଜୁସ୍ର ସେବନ ସବୁଠୁଁ ଭଲ ଉପାୟ ଅଟେ।
• ଶରୀରକୁ ଶକ୍ତ କରିଥାଏ ଅମୃତଭଣ୍ଡା ଜୁସ୍ର ସେବନ:- ଏଥିସହିତ ଦୁର୍ବଳ ଶରୀରକୁ ମଜ୍ଭୁତ କରିବାରେ ବି ସହାୟକ ହୋଇଥାଏ ଅମୃତଭଣ୍ଡା ଜୁସ୍ର ସେବନ।
• କ୍ୟାନ୍ସରର ଆଶଙ୍କାକୁ ବି କମ୍ କରିଥାଏ:- ଏଥିସହିତ ଅମୃତଭଣ୍ଡା ଜୁସ୍ର ସେବନ ବ୍ୟକ୍ତିକୁ କ୍ୟାନ୍ସର ଜନିତ ସମସ୍ୟା ଠାରୁ ରକ୍ଷା କରିଥାଏ।