Only for Entertainment

ସୋସିଆଲ ମିଡିଆରେ ଅପ ପ୍ରଚାର,ପପୁ କହିଲେ ମୁଁ ଭଲ ଅଛି ।

kanaknews
0 63

କମେଡ଼ି କିଙ୍ଗ ପପୁ ପମପମଙ୍କୁ ନେଇ ଉଠିଥିବା ଅପ ପ୍ରଚାରକୁ ଏକ ଭିଡ଼ିଓ ଜାରି କରି ମିଥ୍ୟା ବୋଲି କହିଛନ୍ତି ପପୁ ପମ୍ପମ୍ । ଗତ ଦୁଇ ଦିନ ତଳେ ଦିଲ୍ଲୀ ଏମ୍ସ ଯାଇଥିଲେ ନିଜର ଚେକ ଅପ କରିବା ପାଇଁ । ଯାହାପରେ ସମସ୍ତେ ଏହାକୁ ନେଇ ଏକ ମିଥ୍ୟା ପ୍ରଚାର କରିଥିଲେଯେ ପପୁଙ୍କର ମୃତ୍ୟୁ ହୋଇଛି,ତେବେ ଏହି ମସସ୍ତ କଥାକୁ ମିଛ ବୋଲି କହିଛନ୍ତି ପପୁ ।

ଖବର ଅନୁସାରେ କିଛି ଦିନ ପୂର୍ବରୁ ସୁଟିଂ ସେଟରେ ପପୁ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ଏହାପରେ ତାଙ୍କୁ ଖଣ୍ଡଗିରୀ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୧୫ ମଇରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ନିଆ ଯାଇଥିଲା । ସେ ପାନକ୍ରିୟାସ ରୋଗର ଶୀକାର ହୋଇଥିବା ଜଣା ପଡ଼ିଥିଲା । ତେବେ ଦୀର୍ଘ ଦିନର ଚିକିତ୍ସା ପରେ ଗତ ଜୁଲାଇ ୧୦ ତାରିଖରେ ସୁସ୍ଥ ହୋଇ ପପୁ ଓଡ଼ିଶା ଫେରିଥିଲେ । ଏହା ସହିତ ସୁସ୍ଥ ହୋଇଥିବା ଖବର ନିଜେ ପପୁ ସୋସିଆଲ ମିଡିଆରେ ଜାରି କରିଥିଲେ ।

 

ନିକଟରେ ପପୁଙ୍କ ମୃତ୍ୟୁ ହୋଇଥିବା ଏକ ଅପପ୍ରଚାର ସୋସିଆଲ ମିଡିଆରେ ଘୁରି ବୁଲୁଛି, ତେବେ ମିଛ ଖବରକୁ ବିଶ୍ୱାସ ନ କରିବା ପାଇଁ ପପୁ ଏକ ଭିଡିଓ ଜାରି କରି କହିଛନ୍ତି । ଏହା ସହିତ ସେ କହିଛନ୍ତିଯେ,ମୋ ନାଁରେ ଯେତେ କହିବେ ମୋର ଆୟୁଷ ସେତେ ବୃଦ୍ଧି ହେବ । ତେବେ ସମସ୍ତ ଗୁଜବରେ ଏକ ପୂର୍ଣ୍ଣଛେଦ ପକାଇଛନ୍ତି କମେଡ଼ି କିଙ୍ଗ ପପୁ ପମ୍ପମ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More