Only for Entertainment

ସୋସିଆଲ୍ ମିଡିଆରେ ରିଲିଜ୍ ହେଲା ଆଗାମୀ କମେଡି ଫିଲ୍ମ ‘ମିଷ୍ଟର୍ କହ୍ନୈୟା’ର ପୋଷ୍ଟର୍ ।

104

ସୋସିଆଲ୍ ମିଡିଆରେ ରିଲିଜ୍ ହେଲା ଆଗାମୀ କମେଡି ଫିଲ୍ମ ‘ମିଷ୍ଟର୍ କହ୍ନୈୟା’ର ପୋଷ୍ଟର୍ । ପୋଷ୍ଟରରେ ଅଭିନେତା ପପୁ ପମ୍ ପମ୍ ଓ ଅଭିନେତ୍ରୀ ଝିଲିକଙ୍କୁ ଦେଖିବାକୁ ମିଳିଛି । ସିନେମାରେ ପ୍ରଥମ ଥର ପାଇଁ ରୋମାନ୍ସ କରିବାରେ ନଜର ଆସିବେ ପପୁ ଓ ଝିିଲିକ୍ । ଏଥିରେ ନାୟିକା ଝିଲିକ୍ କଲେଜରେ ପଢୁଥିବା ଏକ ଝିଅ ଚରିତ୍ରରେ ନଜର ଆସିବେ । ଆଉ ତାଙ୍କୁ ପଟାଇବା ପାଇଁ ପପୁ କିଭଳି ଝିଅ ବେଶ ହୋଇ କଲେଜରେ ପହଁଚିବେ ତାହା ଦେଖିବାକୁ ମିଳିବ ଏହି ସିନେମାରେ ।

 

View this post on Instagram

 

Mr kanheya releasing soon…

A post shared by ODIA FILM CRITICS (@odiafilmcritics) on

ସୀତାରାମ୍ ଅଗ୍ରୱାଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ । ଫିଲ୍ମଟିକୁ ଗଣେଷ ପୂଜା ଅବସରରେ ରିଲିଜ୍ କରିବାକୁ ଲକ୍ଷ ରଖିଛନ୍ତି ମେକର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More