Only for Entertainment

ହାସ୍ୟ ଅଭିନେତା ପପୁ ପମପମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁତୁତର, ନିଆଯିବ ଦିଲ୍ଲୀ

Latest odisha News
0 72

ହାସ୍ୟ ଅଭିନେତା ପପୁ ପମପମ୍ ଗୁରୁତର ଭାବେ ଅସୁସ୍ଥ । ତାଙ୍କ ପାନକ୍ରିଆସରେ ଇନଫେକସନ୍ ଥିବାରୁ ତିନି ଦିନ ହେଲା ଘରୋଇ ହସପିଟାଲର ଆଇସିୟୁରେ ଭର୍ତି ହୋଇଛନ୍ତି । ଗତ ଦୁଇ ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିଲା । ହେଲେ ଆଜି ତାଙ୍କର ଛାତିରେ ଯନ୍ତ୍ରଣା ବୃଦ୍ଧି ପାଇଥିବା ସୂଚନା ମିଳିଛି । ଫଳରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନେଇଯିବା ପାଇଁ ତାଙ୍କ ସଂପର୍କୀୟମାନେ ଯୋଜନା କରୁଥିବା ଜଣାପଡିଛି । ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯିବ ବୋଲି ଜଣାପଡ଼ିଛି ।
ଏବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷଜ୍ଞ ଡାକ୍ତରମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ଡାକ୍ତରଙ୍କ ମତରେ ୯୦ ପ୍ରତିଶତଙ୍କ କ୍ଷେତ୍ରରେ ଅତ୍ୟଧିକ ମଦ ପିଇବା ଯୋଗୁଁ ପାନକ୍ରିଆସ୍ ଏପରି ସଂକ୍ରମଣ ହୋଇଥାଏ ।

ପପୁ ଅସୁସ୍ଥ ଥିବା ନେଇ ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଏକ ଫଟୋ ଘୁରି ବୁଲୁଥିଲା। ଫଟୋରେ ପପୁଙ୍କ ମୁହଁରେ ଅକ୍ସିଜେନ୍ ଲାଗିଥିବା ଦୃଶ୍ୟମାନ ହେଉଛି। ଏଥିସହ ପପୁଙ୍କ ସ୍ୱାସ୍ଥ୍ୟର ତୁରନ୍ତ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା ଲାଗି ନିବେଦନ କରାଯାଇଛି। ହାସ୍ୟ ଅଭିନେତା ଭାବେ ପପୁ ପମପମ୍ ସାରା ରାଜ୍ୟରେ ବେଶ ଜଣାଶୁଣା । ପପୁଙ୍କ ଅସୁସ୍ଥ ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ ଭାଙ୍ଗି ପଡିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More