Only for Entertainment

ପୁଣି ଏକ ସିନେମାରେ ହିରୋ ଭାବେ ନଜର ଆସିବେ ପପୁ ପମପମ୍

Incredible Orissa
50

ଲିଉଡର କମେଡି କିଙ୍ଗ୍ ପପୁ ପମ୍ପମ୍ ଏବେ ପୁଣି ଏକ ନୂଆ ସିନେମାରେ ହିରୋ ଭାବେ ନଜର ଆସିବେ । ଏହି ସିନେମାର ଟାଇଟଲ ରହିଛି ‘ମୁଁ ଚୁଲବୁଲ ପାଣ୍ଡେ’ । ଏହି ଓଡିଆ ସିନେମାରେ ପପୁ ପମ୍ପମ୍ ଜଣେ ପୋଲିସ ଅଫିସର ଚରିତ୍ରରେ ନଜର ଆସିବେ । ଏହା ଏକ କମେଡି ସିନେମା । ଏଥିରେ ଆକ୍ସନ୍‍ ଥିଲେ ବି ସେଥିରେ ହାସ୍ୟରସ ଭରପୁର ମାତ୍ରାରେ ଥିବା ଦର୍ଶାଯାଇଛି ।

ଏସ ଆର ଫିଲ୍ମସ୍‍ ବ୍ୟାନରରେ ନିର୍ମିତ ‘ମୁଁ ଚୁଲବୁଲ ପାଣ୍ଡେ’ର ନିର୍ଦ୍ଦେଶନା ଦେଉଛନ୍ତି ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁ । ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପିଲାଟା ବିିଗିଡିଗଲା’ ଓ ‘ବାଏ ବାଏ ଦୁବାଇ’ରେ ଆଗରୁ ପପୁ କାମ କରିସାରିଛନ୍ତି । ତେବେ ଏ ଦୁଇଟି ସିନେମାରେ କମେଡିଆନ୍‍ ରୋଲରେ ନଜର ଆସିଥିଲେ ପପୁ, ‘ମୁଁ ଚୁଲବୁଲ ପାଣ୍ଡେ’ରେ କିନ୍ତୁ ସୋଲୋ ହିରୋ ଭାବେ ଦେଖା ଦେବେ ପପୁ ପମ୍ପମ୍ ।

papu1

ସୂଚନାଯୋଗ୍ୟ ଯେ, ପପୁଙ୍କୁ ଦର୍ଶକ ପ୍ରଥମେ ଓସ୍କାର ମୁଭିଜ୍ ବ୍ୟାନରରେ ନିର୍ମିତ ‘ରଙ୍ଗିଲା ଟୋକା’ରେ ନାୟକ ଭାବେ ଦେଖିବାକୁ ପାଇଥିଲେ । ଏଥିରେ ନାୟିକା ଭୂମିକାରେ ନଜର ଆସିଥିଲେ ଦେବଜାନୀ । ତା ପରେ ସେ ପୁଣି ଚଉକା ଛକ ସିନେମାରେ ବଡ ପରଦାରେ ନଜର ଆସିଥିଲେ । ରଙ୍ଗିଲା ଟୋକା ସୁପରହିଟ ହୋଇଥିଲା କିନ୍ତୁ ଚଉକାଛକା ଫ୍ଲପ ହୋଇଯାଇଥିଲା । ପରେ ପରେ ପପୁ ସଙ୍ଗିତା ଶତପଥିଙ୍କ ପ୍ରଯୋଜିତ ଫିଲ୍ମ ‘ଆମେ ତ ଟୋକା ଷଣ୍ଢମାର୍କା’ରେ ମଧ୍ୟ ନାୟକ ବନିଥିଲେ । ଏଥିରେ କୋଏଲ ବାନାର୍ଜୀ ବନିଥିଲେ ପପୁଙ୍କ ନାୟିକା ।

‘ମୁଁ ଚୁଲବୁଲ ପାଣ୍ଡେ’ ହେବ ନାୟକ ଭାବେ ପପୁଙ୍କ ଚତୁର୍ଥ ସିନେମା । ଏହି ଫିଲ୍ମର ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ସଙ୍ଗିତକାର ଅଭିଜିତ୍ ମଜୁମଦାର ଏହି ସିନେମାରେ ପପୁ ପମ୍ ପମ୍ ପାସ ହେଉଛନ୍ତି ଫେଲ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More