Only for Entertainment

ଜୋରଦାର ଚାଲିଛି ପରିଣୀତିଙ୍କ ବ୍ୟାଡମିଣ୍ଟନ ପ୍ରାକ୍ଟିସ୍ ! ପରଦାରେ ତୁଲାଇବେ ‘ସାଇନା’ଙ୍କ ଚରିତ୍ର

Zee News
35

ଆଜିକାଲି ଭାରି ବ୍ୟସ୍ତ ବଲିଉଡର ଇସକ୍ଜାଦେ ପରିଣୀତି ଚୋପ୍ରା । ଆକ୍ଟିଂ ନୁହେଁ ବରଂ ବ୍ୟାଡମିଣ୍ଟନ ଖେଳିବାରେ ବ୍ୟସ୍ତ ପରିଣୀତି । ତାଙ୍କ ଆଗାମୀ ଫିଲ୍ମରେ ବ୍ୟାଡିମିଣ୍ଟନ ଖେଳାଳୀ ସାଇନା ନେହୱାଲଙ୍କ ଚରିତ୍ର ତୁଲାଇବେ ବୋଲି ପରିଣୀତି ଏବେ ଆରମ୍ଭ କରିଦେଇଛନ୍ତି ପ୍ରାକ୍ଟିସ୍ । ଏହି ସମୟର କିଛି ଫଟୋକୁ ପରିଣୀତି ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହି ସିନେମାର ସୁଟିଂ ନଭେମ୍ବର ମାସରୁ ଆରମ୍ଭ ହେବାକୁ ଥିବାବେଳେ, ପରିଣୀତି ଏବେ ବ୍ୟାଡ ମିଣ୍ଟନର ଟ୍ରେନିଂ ନେଇଛନ୍ତି ।

ଘଂଟା ଘଂଟା ଧରି ପରିଣୀତି ବ୍ୟାଡମିଣ୍ଟନ ପ୍ରାକ୍ଟିସ୍ କରୁଛନ୍ତି ଯାହା ଫଳରେ ସେ ସାଇନାଙ୍କ ଖେଳିବାର ସ୍କିଲ୍ କପି କରି ପାରିବେ । ପୂର୍ବରୁ ଏହି ଚରିତ୍ର ପାଇଁ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ସାଇନ୍ କରାଯାଇଥିଲା । ଶ୍ରଦ୍ଧା ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କେବଳ ସେତିକି ନୁହେଁ ଶ୍ରଦ୍ଧାଙ୍କୁ ନେଇ ମେକର୍ ସୁଟିଂ ମଧ୍ୟ ଆରମ୍ଭ କରିଦେଇଥିଲେ । ମାତ୍ର ନିଜର ବିଜି ସିଡ୍ୟୁଲ୍ କାରଣରୁ ଶ୍ରଦ୍ଧା ସାଇନା ବାଓପିକ୍ ପାଇଁ ସମୟ ଦେଇ ପାରିଲେ ନାହିଁ । ଫଳରେ ମେକର୍ ତାଙ୍କୁ ରିପ୍ଲେସ୍ କରି ପରିଣୀତିଙ୍କୁ ସାଇନ କରିଥିଲେ ।

 

 

View this post on Instagram

 

Before …….. and After! ?? @nehwalsaina HOW DO YOU DO THIS!??#SainaNehwalBiopic #Training #ShootsStartsInOctober

A post shared by Parineeti Chopra (@parineetichopra) on

ସାଇନା ବାଓପିକର ନିର୍ଦ୍ଦେଶନା ଦେବେ ଅମୋଲ୍ ଗୁପ୍ତେ । ସାଇନା ଜଣେ ଖେଳାଳୀ ହୋଇଥିବାରୁ ତାଙ୍କ ଭଳି ଫିଟ୍ ରହିବା ନିହାତି ଦରକାର । ସେଥିପାଇଁ ପରିଣୀତି ଅନେକ ସମୟ ୱର୍କଆଉଟ୍ କରି ନିଜକୁ ଫିଟ୍ କରିବା ପରେ ଏବେ ଆରମ୍ଭ କରିଛନ୍ତି ବ୍ୟାଡମିଣ୍ଟନ ପ୍ରାକ୍ଟିସ୍ । ତେବେ ପରିଣୀତିଙ୍କୁ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ କେଶରୀରେ ଦେଖିବାକୁ ମିଳିଥିଲା । ଏହି ସିନେମାରେ ଅଭିନେତା ଅକ୍ଷୟ କୁମାରଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ପରିଣୀତି । ସିନେମାଟି ବକ୍ସ ଅଫିସରେ ହୋଇଥିଲା ସୁପରହିଟ୍ । ଆଉ ଏହି ସିନେମା ପରେ ଏବେ ସାଇନା ବାଓପିକର ପ୍ରସ୍ତୁତିରେ ଲାଗି ପଡିଛନ୍ତି ପରିଣୀତି । ଯାହା ଆସନ୍ତା ବର୍ଷ ପରଦାକୁ ଆସିବ ବୋଲି ଯୋଜନା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More