Only for Entertainment

ଭଉଣୀ ପ୍ରିୟଙ୍କାଙ୍କ ପାର୍ଟିରେ ୧ ବର୍ଷ ପୁରୁଣା ଡ୍ରେସ ପିନ୍ଧି ପହଁଚିଥିଲେ ପରିଣୀତି, ଦେଖନ୍ତୁ ଫଟୋ ।

YouTube
0 33

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ନିକଟରେ ଆୟୋଜିତ ହୋଇଥିବା ପ୍ରିୟଙ୍କାଙ୍କ ଏନଗେଜମେଣ୍ଟ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ପରିଣୀତି ଏକ ବ୍ଲାକ କଲରର ଆଉଟ ଫିଟରେ ନଜର ଆସିଥିଲେ । ପରିଣୀତିଙ୍କ ଏହି ଡ୍ରେସ ଏବେ ଖୁବ ଚର୍ଚ୍ଚାରେ ରହିଛି । ଆପଣ ଭାବୁଥିବେ ଡ୍ରେସ କ’ଣ ପାଇଁ ଚର୍ଚ୍ଚାରେ ରହିଛି ।

pari

କାରଣଟି ହେଉଛି ପରିଣୀତିଙ୍କ ଏହି ଡ୍ରେସ ଗୋଟିଏ ବର୍ଷ ପୁରୁଣା ଅଟେ । ସେ ଏହି ଡ୍ରେସକୁ ୨୦୧୭ରେ ଦୁବାଇର ଏକ ଇଭେଣ୍ଟରେ ପିନ୍ଧିଥିଲେ । ଏହି ଡ୍ରେସକୁ ଡିଜାଇନ କରିଥିଲେ ହେମନ୍ତ ଏବଂ ନନ୍ଦିତା । ପରିଣୀତି ସର୍ବଦା ଫ୍ୟାଶନ ସେନ୍ସ ପାଇଁ ଖୁବ ପରିଚିତ । କିନ୍ତୁ ପ୍ରିୟଙ୍କାଙ୍କ ପାର୍ଟିରେ ପରିଣୀତିଙ୍କ ଓଲ୍ଡ ଫ୍ୟାଶନ ସେନ୍ସ ସୋସିଆଲ ମିଡିଆରେ ଛାଇ ରହିଛି ।

parineetii

ପରିଣୀତିଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଏବେ ଫିଲ୍ମ ଜବରିଆ ଯୋଡିର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହିତ ସିଦ୍ଧାର୍ଥ ମଲହୋତ୍ରା, ଅପରିକ୍ଷୀତ ଖୁରାନା ଏବଂ ସଂଜୟ ମିଶ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତିତ ପରିଣୀତି ଫିଲ୍ମ ନମନ୍ତେ ଇଂଲଣ୍ଡରେ ମଧ୍ୟ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ ଅର୍ଜୁନ କପୁର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More