Only for Entertainment

ପାରୁଲ ଚୌହାନ ଛାଡ଼ିଲେ ‘ୟେ ରିସ୍ତା କ୍ୟା କେହଲତା ହୈ’ । କାରଣ ଖୁବ ଅଜବ ।

india today
26

‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ସ୍ୱର୍ଣ୍ଣା ଭୁମିକାରେ ଅଭିନୟ କରୁଥିବା ପାରୁଲ୍‌ ଚୌହାନ୍‌ ଏବେ ଏହି ଶୋ’କୁ ବିଦାୟ କହିଦେଇଛନ୍ତି। ସିରିୟଲରେ ପାରୁଲ୍‌ ନାୟରାଙ୍କ ଶାଶୁ ତଥା କାର୍ତ୍ତିକଙ୍କ ମା’ ଭୂମିକାରେ ଅଭିନୟ କରୁଛନ୍ତି। ପାରୁଲ୍‌ ଏହି ସିରିୟଲରେ ପ୍ରାୟ ଅଢ଼େଇ ବର୍ଷ ହେବ କାମ କରିଆସୁଥିଲେ। ହେଲେ ଏବେ ସେ ଏହି ଶୋ’କୁ ଛାଡ଼ିଦେଇଛନ୍ତି। ପାରୁଲ ଶୋ’ ଛାଡ଼ିବାର କାରଣ ହେଉଛି ସେ ଏତେ କମ୍‌ ବୟସରେ ଜେଜେ ମା’ ଓ ଆଇ ମା’ଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁନାହାଁନ୍ତି। ଆଜିକାଲି ଶୋ’ରେ ଚାଲୁଥିବା ଟ୍ରାକ୍‌ରେ ପାରୁଲ୍ ଅଧିକ ଦେଖାଯାଉ ନାହାଁନ୍ତି। ଶୋ’ ଏବେ କେବଳ ନାୟରା ଓ କୀର୍ତ୍ତିଙ୍କ ପିଲାଙ୍କୁ ନେଇ ଚାଲିଛି। ସୂଚନା ମୁତାବକ ସେ ସିରିୟଲରେ ଆଇମା’ ରୋଲ୍‌ କରିବାକୁ ଚାହୁଁ ନାହାଁନ୍ତି। ପାରୁଲଙ୍କ କହିବା ଅନୁଯାୟୀ ଏହା ଦ୍ୱାରା ତାଙ୍କ କ୍ୟାରିୟର ପ୍ରଭାବିତ ହୋଇପାରେ।

ପାରୁଲ୍ ଗତ ବର୍ଷ ଡିସେମ୍ବର ୧୨ରେ ବୟଫ୍ରେଣ୍ଡ ଚିରାଗ ଠକ୍କରଙ୍କୁ ବିବାହ କରିଥିଲେ। ତେଣୁ ଶୋ’ ଛାଡ଼ିବା ପରେ ପାରୁଲ ଏବେ ନିଜର ଦାମ୍ପତ୍ୟ ଜୀବନକୁ ଉପଭୋଗ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ‘ମୁଁ ଏଇ ବ୍ରେକ୍‌କୁ ଭଲ ଭାବେ ଏନ୍‌ଜୟ କରିବାକୁ ଚାହୁଁଛି। ଡେଲିଶୋପ୍‌ କରିବା ବଡ଼ ବ୍ୟସ୍ତମୟ କାମ। ତେଣୁ ମୁଁ ଏବେ ପୁଣି ଥରେ ସ୍କ୍ରିନ୍‌କୁ ଫେରିବା ପାଇଁ ତରବର ହେଉନାହିଁ। ଏବେ ମୁଁ ବ୍ରେକ୍‌ରେ ନିଜ ବାପାମା’ଙ୍କ ଘରେ ରହିବାକୁ ଚାହୁଁଛି। ବ୍ରେକ୍‌ ସମୟରେ ମୁଁ ନିଜ ପ୍ରତି ଓ ନିଜ ଶରୀର ପ୍ରତି ଧ୍ୟାନ ଦେବି।

ସୂଚନାଯୋଗ୍ୟ, ପାରୁଲ୍ ଟିଭିର ଲୋକପ୍ରିୟ ବହୂମାନଙ୍କ ମଧ୍ୟରୁ ଜଣେ। ସେ ସିରିୟଲ ‘ବିଦାୟୀ’ରୁ ଡେବ୍ୟୁ କରିଥିଲେ। ଏହା ପରେ ସେ ଆହୁରିଅନେକ ଟେଲିଭିଜନ୍‌ ଶୋ’ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More