Only for Entertainment

ପୁଣିଥରେ ହଟାଇ ଦିଆଯାଇଛି ଗୁଗୁଲ୍ ପ୍ଲେଷ୍ଟୋରରୁ ପତଞ୍ଜଳୀର କିମ୍ବୋ ଆପ, ଜାଣନ୍ତୁ କାହିଁକି?

zeenews
0 54

ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଆୟୁବେର୍ଦ ଦ୍ୱାରା ଲଞ୍ଚ କରାଯାଇଥିବା ମୋସଜିଙ୍ଗ ଆପ୍ ‘କିମ୍ବୋ’ କୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । କମ୍ପାନିକୁ ଏହାର ଟ୍ରାଏଲ ଭର୍ସନ ପ୍ଲେ ଷ୍ଟୋରରେ ରଖିବାର ଗୋଟେ ଦିନ ପରେ ଏହା ହଟାଇ ଦିଆଯାଇଥିଲା । ଏଥିନେଇ କମ୍ପାନୀ ଅଭିଯୋଗ କରିଛି କି ସ୍ୱଦେଶୀ କମ୍ପାନୀ ପକ୍ଷରୁ ଏହା ଏକ ଷଡଯନ୍ତ୍ର ବୋଲି । ପତଞ୍ଜଳୀର ପ୍ରବକ୍ତା ଟ୍ୱିଟ୍ କରି ଏହା ଉପରେ ସ୍ପଷ୍ଟ ଅଭିମତ ରଖିଛନ୍ତି । ପ୍ରବକ୍ତାଙ୍କ କହିବା ମୁତାବିକ, ପତଞ୍ଜଳି କିମ୍ବୋ ଆପ୍ ବହୁରାଷ୍ଟ୍ରିୟ କମ୍ପାନୀ ମାନଙ୍କର ଷଡଯନ୍ତ୍ରର ଶିକାର ହୋଇଥିଲା ।

ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ, ଏବଂ ଖୁବ୍ ଶୀଘ୍ର ଏହା ଫେରି ଆସିବ ବୋଲି ପ୍ରତିଶୃତି ଦେଇଛନ୍ତି ପ୍ରବକ୍ତା ଜଣକ । ସେ ଏହା ହଟିଥିବାର କାରଣ କହି ନ ଥିଲେ । ଏଠାରେ ଆପଣଙ୍କୁ କହି ରଖୁଛୁ, ପତଞ୍ଜଳୀ ବୁଧୁବାରକୁ କିମ୍ବୋ ଆପ୍ ର ଟ୍ରାଏଲ ସଂସ୍କରଣ ଲଞ୍ଚ କରିଥିଲା ଏବଂ ସେ ସମୟରେ କୁହାଯାଇଥିଲା କି, ଆଗକୁ ୨୭ ଅଗଷ୍ଟରେ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ।

ଏଠାରେ ଆପଣଙ୍କୁ କହି ରଖୁଛ, ଏ ବର୍ଷ ୩୧ ମଇ ରେ ପତଞ୍ଜଳୀର କିମ୍ବୋ ଆପ୍ ଲଞ୍ଚ କରାଯାଇଥିଲା । ଏହାର ଗୋଟେ ଦିନ ପରେ ଗୁଗୁଲ୍ ପ୍ଲେ ଷ୍ଟୋର ଓ ଆପଲ ଆପ୍ ଷ୍ଟୋରରୁ ଏହା ହଟାଇ ଦିଆଯାଇଛି । କମ୍ପାନୀ ଏଥି ନେଇ ସଫେଇ ଦେଇଛି କି, ଏହା କେବଳ ଟ୍ରାଏଲ ପାଇଁ ଜାରୀ କରାଯାଇଥିଲା, ଏବଂ ଖୁବ୍ ଶୀଘ୍ର ଏହା ପଉରି ଥରେ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More