ହର୍ଣ୍ଣ ବଜାଇବାରୁ ବିରକ୍ତ ହୋଇ କାରକୁ ଉଠାଇ ରାସ୍ତାରେ କଚାଡି ଦେଲା ଷଣ୍ଢ !
ଯଦି ଆପଣ ଆପଣଙ୍କ କାରରେ ବିହାର ବୈଶାଳି ଜିଲ୍ଲାର ମୁଖ୍ୟାଳୟ ହଜିପୁର ଯାଉଛନ୍ତି ତେବେ କାର ହର୍ଣ୍ଣ ବଜାଇବାରୁ ନିଜକୁ ସତର୍କ ରଖନ୍ତୁ। ଏଭଳି କହିବାର କାରଣ ହେଉଛି ହାଜିପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏହି ରାସ୍ତା ଦେଇ ଯାଉଥିବା ସମୟରେ ଜଣେ ବ୍ୟକ୍ତି କାରର ହର୍ଣ୍ଣ ବଜାଇ ଦେଇଥିଲେ। ଏହି ସମୟରେ ସେହି ରାସ୍ତାରେ ବସିଥିବା ଏକ ଷଣ୍ଢ ବିରକ୍ତ ହୋଇ ଯାଇଥିଲା। ଫଳରେ ସେ ରାଗି ଯାଇ କାରଟିକୁ ଶିଙ୍ଘରେ ଉଠାଇ କଚାଡି ଦେଇଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
बिहार के हाजीपुर में सड़क पर सांड दिखे तो हॉर्न नहीं बजाएं। अन्यथा देखिए अंजाम…
हाजीपुर रेलवे स्टेशन के पास सड़क पर सांड को देख एक कार चालक ने हॉर्न क्या बजाया, गुस्साए सांड ने कार को सींग से उठाकर खूब पटका। खास बात यह कि वहां यह पहली घटना नहीं है।
…कहां है नगर प्रशासन? pic.twitter.com/hJqN6HpoLg— AMIT ALOK (@amitalokbihar) November 4, 2019
ସ୍ଥାନୀୟଲୋକଙ୍କ କହିବାନୁସାରେ, ଗତ ସୋମବାର ହାଜିପୁର ରେଳଷ୍ଟେସନ୍ ପାଖରେ ଏକ ଷଣ୍ଢ ବସିଥିଲା। ମଝି ରାସ୍ତାରେ ଷଣ୍ଢକୁ ବସିଥିବା ଦେଖି କାର ଚାଳକ ହର୍ଣ୍ଣ ବଜାଇ ଦେଇଥିଲେ। ଏହାପରେ ଷଣ୍ଢ ରାସ୍ତାରୁ ଉଠି କାର ଆଡକୁ ମାଡି ଆସିଥିଲା। ଏବଂ କାରକୁ ଉଠାଇ କଚାଡିବାକୁ ଲାଗିଥିଲା। ଲୋକମାନେ ଏହି ଦୃଶ୍ୟ ଦେଖି ଷଣ୍ଢକୁ ବାଡେଇବା ପରେ ସେ ସେଠାରୁ ଚାଲି ଯାଇଥିଲା। ଏହି ଘଟଣା ଘଟିବା ଦେଖି କାର ଚାଳକ କୌଣସି ମତେ କାରରୁ ବାହାରି ନିଜ ଜୀବନ ବଞ୍ଚାଇ ଦେଇଥିଲେ।