Only for Entertainment

କାନ୍ନାଡାରେ ପପ୍ ସିଙ୍ଗର ଗୁରୁ ରନ୍ଧାୱାଙ୍କ ଉପରକୁ ଆକ୍ରମଣ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

google
320

ପଞ୍ଜାବର ଲୋକପ୍ରିୟ ସିଙ୍ଗର ତଥା ବଲିଉଡରେ ଅନେକ ସୁପରହିଟ ଗୀତ ଗାଇଥିବା ଗୁରୁ ରନ୍ଧାୱାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ କାନ୍ନାଡାର ଭାନକ୍ୟୁଭରରେ ଜଣ ଅଜଣା ବ୍ୟକ୍ତି ଗୁରୁ ରନ୍ଧାୱାଙ୍କ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଗୁରୁ ରନ୍ଧାୱା ଗଭୀର ଆହତ ହୋଇଛନ୍ତି ।

ଦ ଟ୍ରିବୁନ ଅନୁସାରେ ଗୁରୁ ରନ୍ଧାୱା ଭାନକ୍ୟୁଭରରେ ଏକ ଶୋ’ କରିବା ପାଇଁ ପହଁଚିଥିଲେ । ଭାନକ୍ୟୁଭର ର କ୍ୱିନ ଏଲିଜାବେଥ ଥିଏଟରରେ ଶୋ’ ଶେଷ କରିବା ପରେ ଥିଏଟରରୁ ବାହାରକୁ ଆସିବା ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ବ୍ୟକ୍ତି ଜଣଙ୍କୁ ତାଙ୍କ ପଛରୁ ମୁଣ୍ଡକୁ ଲକ୍ଷ କରି ଅନେକ ଜିନିଷ ଫୋପାଡିଥିଲେ ।


ଏହା ପରେ ଗୁରୁ ରନ୍ଧାୱାଙ୍କୁ ଗମ୍ଭୀର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି । ରିପୋର୍ଟ ଅନୁସାରେ ଯେଉଁ ବ୍ୟକ୍ତି ଜଣଙ୍କ ଗୁରୁଙ୍କ ଉପରକୁ ଆକ୍ରମଣ କରିଛି ସେ କନସର୍ଟ ସମୟରେ ମଧ୍ୟ ଅଜିବ ବ୍ୟବହାର କରୁଥିଲା । ଏହା ପରେ କନସର୍ଟ ଶେଷ ହେବା ପରେ ସେ ସିଙ୍ଗରଙ୍କ ଉପରକୁ ଆକ୍ରମଣ କରିଥିଲା ।

ଆପଣଙ୍କୁ କହିରଖୁଛୁ ଯେ, ଗୁରୁ ରନ୍ଧାୱା ଲାହୋର, ପଟୋଲା, ଦାରୁ ବରଗୀ, ହାଇ ରେଟେଡ ଗବରୁ ପରି ସୁପରହିଟ ଗୀତ ଦେଇ ଲୋକପ୍ରିୟ ହୋଇଛନ୍ତି । ଏପରିକି ଗୁରୁଙ୍କ ଗୀତ ଏବେ ସବୁ ପାର୍ଟିରେ ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More