Only for Entertainment

କନ୍ନଡ଼ ଫିଲ୍ମରେ ଡେବ୍ୟୁ କରିବେ ରାଜକୁମାର ରାଓଙ୍କ ଗର୍ଲଫ୍ରେଣ୍ଡ । ଦେଖନ୍ତୁ ପତ୍ରଲେଖାଙ୍କ ଫଟୋ ।

bollywood tadka
34

ବଲିଉଡ ଆକ୍ଟର ରାଜକୁମାର ରାଓଙ୍କ ଗର୍ଲଫ୍ରେଣ୍ଡ ଏବଂ ଅଭିନେତ୍ରୀ ପତ୍ରଲେଖା ଫିଲ୍ମ ‘ହ୍ୱେର ଇଜ ମାଇ କନ୍ନାଡକ’ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ଅପୋଜିଟରେ ନଜର ଆସିବେ ଗଣେଶ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରାଜ ଏବଂ ଦାମିନୀ ।

ପ୍ରଥମ କନ୍ନଡ଼ ଫିଲ୍ମରେ କାମ କରିବାକୁ ନେଇ ଖୁବ ଖୁସି ଥିବା କହିଛନ୍ତି ପତ୍ରଲେଖା । ଫିଲ୍ମରେ କେଉଁ ରୋଲ ରହିବ ସେହି ବିଷୟରେ କିଛି ଜଣାଇ ନାହାଁନ୍ତି ପତ୍ରଲେଖା ଏବଂ ଏହା ମଧ୍ୟ କହିଛନ୍ତିଯେ ଏହିଭଳି ଚରିତ୍ର ସେ କେବେ ମଧ୍ୟ ପୂର୍ବରୁ କରିନାହାଁନ୍ତି ।

 

କହିରଖୁଛୁଯେ ଅପ୍ରେଲରୁ ଫିଲ୍ମର ସୁଟିଂ ଆରମ୍ଭ ହେବ । ଏହାର ବଡ଼ ଭାଗର ସୁଟିଂ ଲଣ୍ଡନରେ ହେବ । ଅପ୍ରେଲ ଏବଂ ମଇରେ ବ୍ରିଟେନରେ ଫିଲ୍ମ ସୁଟିଂ କରାଯିବ ଏବଂ ଏହି ବର୍ଷ ଶେଷ ସୁଦ୍ଧା ଫିଲ୍ମ ରିଲିଜ କରିବା ପାଇଁ ଆଶା ରଖିଛନ୍ତି ନିର୍ମାତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More