Only for Entertainment

ସନି ଲିଓନଙ୍କ ସହିତ ପ୍ରିୟଙ୍କା ଗାନ୍ଧିଙ୍କୁ ତୁଳନା କଲେ ଅଭିନେତ୍ରୀ ।

instagram
57

ପ୍ରିୟଙ୍କା ଗାନ୍ଧି ପ୍ରତ୍ୟେକ୍ଷ ଭାବରେ କଂଗ୍ରେସ ରାଜନୀତିରେ ପ୍ରବେଶ କରିଛନ୍ତି । ଯାହାପରେ ସାରା ଦେଶରେ ଏକ ଭିନ୍ନ ଧରଣର ମାହୋଲ ଦେଖିବାକୁ ମିଳୁଛି । ନାନା ଲୋକ ନାନା ଉଚ୍ଛ ଦେଉଛନ୍ତି । ବାଦ ପଡ଼ିନାହାଁନ୍ତି ବଲିଉଡ ସେଲିବ୍ରେଟୀ । ଲୋକପ୍ରିୟ ଅଭିନେତ୍ରୀ ପାୟଲ ରୋହତଗୀ ପ୍ରିୟଙ୍କାଙ୍କୁ ପନ୍ନଷ୍ଟାର ସନି ଲିଓନିଙ୍କ ସହ ତୁଳନା କରିଛନ୍ତି । ଏନେଇ ସେ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏହାକୁ ନେଇ ବିବାଦ ବଢିବା ସହ କଂଗ୍ରେସ ଆଇଟି ବିଭାଗ ଥାନାରେ ଅଭିଯୋଗ କରିଛି । ତେବେ ପାୟଲଙ୍କ ଏହି ଟ୍ୱିଟ ସମସ୍ତ ସୀମା ଟପିଯାଇଛି ।

ପାୟଲ ନିଜ ଟ୍ୱିଟରରେ ଲେଖିଛନ୍ତି କି, ଉଭୟ ସନି ଏବଂ ପ୍ରିୟଙ୍କାଙ୍କ ବକ୍ସ ଅଫିସ ରେକର୍ଡ ଭଲ ରହିଛି । ଏ ଦୁହେଁ ଆପତିଜନକ କାହାଣୀରେ ହିଟରେ ଅଛନ୍ତି । ଦୁଇଜଣ ନିଜ ପତିଙ୍କୁ ପ୍ରମୋଟ କରିବେ । ସନି ନିଜ ସ୍ୱାମୀ ଡାନିଏଲ ଏବଂ ପ୍ରିୟଙ୍କା ରବର୍ଟ ଭଦ୍ରାଙ୍କୁ ପ୍ରମୋଟ କରିବେ । ଏହା ସହ ଭାରତୀୟ ଗୋରା ଝିଅ ଭଲ ଲାଗନ୍ତି ବୋଲି ସେ ଟ୍ୱିଟରେ କହିଛନ୍ତି ।

ଇନ୍ଦିରା ଗାନ୍ଧିଙ୍କୁ ନେଇ ମଧ୍ୟ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି କି, ଇନ୍ଦିରା ପ୍ରଦାନମନ୍ତ୍ରୀ ହେବା ପାଇଁ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ହତ୍ୟା କରିଥିଲେ । ଏପରି କି ସେ ନିଜ ପୁତ୍ର ସଂଜୟ ଗାନ୍ଧିଙ୍କୁ ମଧ୍ୟ ହତ୍ୟା କରିଛନ୍ତି । ଇନ୍ଦିରାଙ୍କ ଭଳି ଆଉ ଜଣେ ଦରକାର ନାହିଁ ବୋଲି ସେ କହିଛନ୍ତି । ପରୋକ୍ଷରେ ସେ ଏହା ପ୍ରିୟଙ୍କାଙ୍କୁ କହିଛନ୍ତି ।

ତେବେ ଏହି ଟ୍ୱିଟ ପରେ ବିବାଦ ବୃଦ୍ଧି ପାଇଥିଲା । ପାୟଲଙ୍କ ଅନେକ ୟୁଜର ଭାଷାଜ୍ଞାନ ନେଇ ସମାଲୋଚନା କରିଥିଲେ ଏହା ପରେ ସେ ନିଜ ଟ୍ୱିଟ ଡିଲିଟ କରିଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More