Only for Entertainment

ପାୟଲଙ୍କୁ ମିଳିଗଲା ଜାମିନ, ଜୱାହରଲାଲ ନେହେରୁଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ

india today
46

ଗତ ସେପ୍ଟେମ୍ବର ୨୧ରେ ପାୟଲଙ୍କ ଟ୍ୱିଟର୍‌ ଆକାଉଣ୍ଟରୁ ଏକ ଭିଡିଓ ଶେଆର୍‌ ହୋଇଥିଲା, ଯେଉଁଥିରେ ଜବାହାରଲାଲ୍ ନେହରୁ ଓ ତାଙ୍କ ପିତା ତଥା ସ୍ୱାଧୀନତା ସଂଗ୍ରାମୀ ମୋତିଲାଲ୍‌ ନେହରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦିଆଯାଇଥିଲା। ଏହା ପରେ ସମାଜସେବୀ ତଥା ୟୁଥ୍ କଂଗ୍ରେସ୍‌ ନେତା ଚର୍ମେଶ ଶର୍ମା ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଯାହାପରେ ରାଜସ୍ଥାନର ବୁନ୍ଦି ପୁଲିସ୍‌ ପାୟଲଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଆଇଟି ଆଇନ ଅନୁଯାୟୀ ଧାରା ୬୬ ଏବଂ ୬୭ ଆଧାରରେ ମାମଲା ରୁଜୁ କରିଥିଲା।

 

ଭିଡିଓରେ ପାୟଲ କହିଥିଲେ, ‘ଧାରା ୩୭୦କୁ କଂଗ୍ରେସ ବିରୋଧ କରୁଛି। ମୋତେ ଲାଗୁଛି ଏହାର କାରଣ ମୋତିଲାଲଙ୍କର ୫ଟି ସ୍ତ୍ରୀ ଥିଲେ। ଏଥିସହ ମୋତିଲାଲ ନେହରୁ ଜବାହରଲାଲ ନେହେରୁଙ୍କ ସାବତ ବାପା’। ଏଲିନା ରାମକୃଷ୍ଣଙ୍କ ଦ୍ୱାରା ଲେଖାହୋଇଥିବା ବାୟୋଗ୍ରାଫିର ଏକ ଅଂଶକୁ ଉଦ୍ଧାର କରି ପାୟଲ ଏଭଳି କହିଥିଲେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ  ପାୟଲ ରୋହତଗୀଙ୍କୁ ଜାମିନ୍‌ ମିଳିଯାଇଛି। ରାଜସ୍ଥାନର ବୁନ୍ଦି କୋର୍ଟ ଗତ ସୋମବାର ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇବା ପରେ ଗତକାଲି ତାଙ୍କୁ ଜାମିନ୍‌ ଦେଇଛନ୍ତି। ପାୟଲଙ୍କୁ ରାଜସ୍ଥାନ ବୁନ୍ଦି ପୁଲିସ୍‌ ଅହମ୍ମଦାବାଦ୍‌ରୁ ଗିରଫ କରିଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More