Only for Entertainment

ଟେଷ୍ଟି ଏବଂ ହେଲଦୀ ପିନଟ ରାଇସ୍

Health Benefits Times
0 63

ସାମଗ୍ରୀ
ତେଲ- ୧ଚାମଚ, ଚିନାବାଦାମ- ୪ ଚାମଚ, ଚଣା ଡାଲି- ୧ ଚାମଚ, ଜୀରା- ୧/୨ ଚାମଚ, ରାଶି- ୧ ଚାମଚ, ଶୁଖିଲା ଲଙ୍କା- ୩ଟି, ନଡିଆ କୋରା- ୨ ଚାମଚ, ତେଲ- ୨ ଚାମଚ, ସୋରିଷ- ୧ ଚାମଚ, ଭୃଶଙ୍ଗ ପତ୍ର- ୧୦ରୁ ୧୨ ଟି, ରନ୍ଧା ଭାତ- ୩୦୦ ଗ୍ରାମ, ଲୁଣ- ଅଧ ଚାମଚ

ପ୍ରଣାଳୀ
ପ୍ରଥମେ ପ୍ୟାନରେ ୧ ଚାମଚ ତେଲ ଗରମ କରନ୍ତୁ । ସେ ଥିରେ ୨ ଚାମଚ ବାଦାମ ପକାନ୍ତୁ । ଏହାପରେ ଚଣା ଡାଲି, ଜୀରା ରାଶି, ଶୁଖିଲା ଲଙ୍କା, ନଜିଆ କୋରା ପକାଇ ଭଲ ଭାବେ ଭାଜନ୍ତୁ । ଏହାପରେ ଏହି ମିଶ୍ରଣକୁ ବ୍ଲେଣ୍ଡରରେ ଭଲଭାବେ ବ୍ଲେଣ୍ଡ କରିନିଅନ୍ତୁ । ବର୍ତ୍ତମାନ ଆଉ ଏକ କଢେଇ ନେଇ ୨ ଚାମଚ ତେଲ ଗରମ କରନ୍ତୁ । ସେଥିରେ ସୋରିଷ, ଭୃଶଙ୍ଗା ପତ୍ର, ୨ ଚାମଚ ବାଦାମ ପକାଇ ୨ରୁ ୩ ମିନିଟ ପାଇଁ ଭାଜନ୍ତୁ । ଏହାପରେ ରନ୍ଧା ଭାତକୁ ପକାଇ ଭଲ ଭାବେ ମିଶାନ୍ତୁ । ଏହାପରେ ବ୍ଳେଣ୍ଡ କରାଯାଇଥିବା ମିଶ୍ରଣ ଏବଂ ଲୁଣ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାକୁ ୫ ମିନିଟ ପାଇଁ ଘୋଡାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ପିନଟ ରାଇସ୍ । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More