Only for Entertainment

ଇଂଟରନେଟରେ ମହିଳା ଛାଡିଲେ ଏଭଳି ଫଟୋ, ଦେଖୁ ଦେଖୁ ଖେଳିଗଲା ବବାଲ !

AMARUJALA
0 59

କିଛି ଦିନ ହେବ ଜଣେ ମହିଳା ନିଜର ଅଜବ ଗଜବ ବ୍ଲଗକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏଭଳି ଶୁଣିବାକୁ ମିଳୁଛି ଯେ ଇଂଟରନେଟରେ ଏହି ମହିଳା ଜଣକ ବ୍ଲଗ ଦେଖିବା ଲାଗି ସମସ୍ତେ ପାଗଳ ହୋଇଯାଉଛନ୍ତି । ଏବେ ଆପଣ ଭାବୁଥିବା ନିଶ୍ଚୟ ଯେ ମହିଳା ଜଣକ ଏଭଳି କଣ ବ୍ଲଗ ଶେୟାର କରୁଛନ୍ତି ଯେ ସମସ୍ତ ଲୋକ ଏପରି ପାଗଳ ହୋଇଯାଉଛନ୍ତି ..?

ଅସଲରେ ଏହି ମହିଳା ଜଣକ ନିଜର ପାଦର ଫଟୋ ଶେୟାର କରୁଛନ୍ତି । ମହିଳାଙ୍କ ପାଦ ସାଧାରଣ ଲୋକଙ୍କ ପାଦ ଭଳି ନୁହେଁ । ଏହି ମହିଳାଙ୍କ ପାଦର ଫଟୋ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତାଇବାନର ଏକ ବିଶ୍ୱ ବିଦ୍ୟାଳୟରେ ପାଠ ପଢୁଥିବା ମହିଳା ନିଜ ହାତ ଏବଂ ପାଦ ଆଙ୍ଗୁଠିର ଫଟୋ ଚିନି ଭାଷାରେ ବିଶ୍ୱବିଦ୍ୟାଳୟ ଛାତ୍ରାଙ୍କ ପାଇଁ ବନାଯାଇଥିବା ବ୍ଲଗ ଡିକାର୍ଡରେ ପୋଷ୍ଟ କରିଛନ୍ତି ।

ଏହି ମହିଳା ଜଣକ ଆଙ୍ଗୁଠି ଖୁବ ବଡ । ସବୁଠାରୁ ଲମ୍ବା ତାଙ୍କ ଡାହାଣ ଗୋଡର ଆଙ୍ଗୁଠି । ଆଙ୍ଗୁଠିର ଲମ୍ବ ୫ସେ.ମିଟର କୁହାଯାଉଛି । ଏହି ଅଜ୍ଞାତ ମହିଳା ଜଣକ ପୋଷ୍ଟ ଶେୟାର କରି ନିଜ ବିଷୟରେ କିଛି ଏଭଳି ଲେଖିଛନ୍ତି ଯେ ତାଙ୍କ ଗୋଡ ଉପରେ ଏଭଳି ଲୋକ ନଜର ପକାନ୍ତି ଯେପରି ଏକ ପଶୁର ଗୋଡ । ଏଭଳି କି କିଛି ଲୋକ ତାଙ୍କୁ ଚାରିଟି ହାତରେ ଗଛ ଚଢିବା ଭଳି କଥା ମଧ୍ୟ କହି ଦିଅନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବାପା-ମାଙ୍କ ଆଙ୍ଗୁଠି ମଧ୍ୟ ବଡ ଅଟେ । ମହିଳା ଜଣକ କହିଛନ୍ତି ଯେ ସେ ଯେତେବେଳେ ଛୋଟ ଥିଲେ ତାଭ୍କୁ ଲାଗୁଥିଲା ଯେ ତାଙ୍କ ଆଙ୍ଗୁଠି ସାଧାରଣ ଲୋକଙ୍କ ଆଙ୍ଗୁଠି ଭଳି ମାତ୍ର ଯେତେବେଳେ ସେ ଅନ୍ୟ ଲୋକଙ୍କୁ ଆଙ୍ଗୁଠି ଦେଖିଲେ ତାଙ୍କୁ ଅନୁଭବ ହୋଇଥିଲା ଯେ ତାଙ୍କ ଆଙ୍ଗୁଠି ଅନ୍ୟମାନଙ୍କ ଠାରୁ ବଡ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More