Only for Entertainment

ଶିବଲିଙ୍ଗ ଉପରେ ମଂଚ କରିବାରୁ ବିବାଦରେ ‘ଦବଙ୍ଗ ୩’, ମିଡିଆ ସାମ୍ନାକୁ ଆସି ସଲମାନ ଦେଲେ ସଫେଇ

bollywood tadka
27

ବଲିଉଡ ଅଭିନେତା ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସଲମାନ େବେ ନିଜର ଜନ୍ମସ୍ଥାନ ଇନ୍ଦୋର ଠାରୁ ୭୮ କିଲୋମିଟର ଦୂର ମହେଶ୍ୱରରେ ଅହଲ୍ୟା ଘାଟରେ କରୁଛନ୍ତି । କିନ୍ତୁ ଏବେ ସୁଟିଂକୁ ନେଇ ବିବାଦ ସାମ୍ନାକୁ ।ସିଛି । ସୁଟିଂ ସମୟରେ ଶିବ ଲିଙ୍ଗ ଉପରେ ମଂଚ ନିର୍ମାଣ କରିବାକୁ ଏବି ବିବାଦ ଆରମ୍ଭ ହୋଇଛି ।

pic 4

ନିକଟରେ ଶିବ ଲିଙ୍ଗ ଉପରେ ପଟା ମଂଚ ନିର୍ମାଣ ହେବାର ଫଟୋ ସାମ୍ନାକୁ ଆସିବେ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଦେଖିବା ପରେ ଶିବଭକ୍ତଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା । ଏହା ପରେ ଫିଲ୍ମର ଲିଡ ଅଭିନେତା ସଲମାନ ଖାନ ମିଡିଆ ସାମ୍ନାରେ ସଫେଇ ଦେଇଛନ୍ତି ।\

ଏହି ମାମଲାରେ ସଲମାନ କହିଛନ୍ତି ଯେ, ମୁଁ ନିଜେ ଜଣେ ଶିବ ଭକ୍ତ । ଯଦି ଆପଣ ସୁଟିଂ କରିବା ପାଇଁ ଚାହୁଁ ନାହାଁନ୍ତି ତେବେ ମୁଁ ପ୍ୟାକଅପ କରି ତୁରନ୍ତୁ ୟୁପି ଚାଲିଯିବି । ଏହା ସହିତ ସେ କହିଥିଲେ କମଲ ନମାଥ ସାରଙ୍କ କହିବା ଅନୁସାରେ ଆମେ ଏଠାକୁ ଆସିଥିଲୁ । ସେ କହିଥିଲେ ଆପଣଙ୍କର ଇନ୍ଦୋର ଏବଂ ମହେଶ୍ୱରର ସହିତ ସମ୍ପର୍କ ଅଛି । ଏହାର ନାମ ବଢାନ୍ତୁ ଏଠାରେ ସୁଟିଂ କରନ୍ତୁ । ଏବଂ ଶିବଲିଙ୍ଗ ଉପରେ କମ୍ପନୀ ପଟା ମଂଚ ନିର୍ମାଣ କରିବାର କାରମ ଯେପରି ଶିବଲିଙ୍ଗର କୌଣସି କ୍ଷତି ନହେଉ ।

ଏହା ପରେ ଶିବ ଲିଙ୍ଗ ଉପରୁ ଏହି ମଂଚକୁ ହଟାଇ ଦେବା ପରେ ଶିବ ଭକ୍ତ ଶାନ୍ତ ହୋଇଛନ୍ତି । କିନ୍ତୁ ଏହି ମାମାଲା ଏବେ ରାଜନୈତିକ ମୋଡ ନେଇଚି । ବିଜେପିର ବରିଷ୍ଠ ନେତା ଡ. ହିତେଶ ବାଜପେୟୀ ସଲମାନ ଖାନଙ୍କୁ ନେଇ ଟ୍ୱିଟ କରି କହିଛନ୍ତି – ‘ଖାନ ସାହେବ, ବନ୍ଦେ ମାତରମ କରିବା ସମୟରେ ଯେତେବେଳେ ଆପଣଙ୍କ ଧର୍ମ ସଙ୍କଟରେ ପଡିଯାଏ । ସେତେବେଳେ ଆପଣ କେମିତି ଭାବୁଛନ୍ତି ଯେ, ଆପଣ ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏକ ଓଙ୍କାରେଶ୍ୱର- ମହେଶ୍ୱର ପହଁଚି ଶିବଲିଙ୍ଗ ଉପରେ ମଂଚ କରି ତାଙ୍କ ଉପରେ ନାଚ କରିବେ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More