ଭାଇରାଲ ହେଉଛି ଗୁଜୁରାଟରେ ପିଏମ ମୋଦିଙ୍କ ଗରବା ଖେଳର ଭିଡ଼ିଓ
ସାରା ଦେଶରେ ନବରାତ୍ରୀକୁ ଧୁମଧାମରେ ପାଳନ କରାଯାଉଛି । ଗୁଜୁରାଟରେ ଗରୱାର ଭିନ୍ନ ଭିନ୍ନ ଚମକ ଦେଖିବାକୁ ମିଳୁଛି । ଏହି ପାରମ୍ପରିକ ଫୋକ ଡ୍ୟାନ୍ସକୁ ଆବାଳ ବୃଦ୍ଧ ବନିତା ସମସ୍ତେ ଖୁସିର ସହିତ ଉପଭୋଗ କରୁଛନ୍ତି । ଏହି ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡ଼ିଓ । ଯେଉଁଠାରେ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସ୍କ ପିନ୍ଧି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
#WATCH Gujarat: People play garba wearing masks of PM Narendra Modi, in Surat. #Navratri (04.10.2019) pic.twitter.com/iQbgaMX5IE
— ANI (@ANI) October 5, 2019
ଭିଡ଼ିଓରେ ଦେଖିବାକୁ ମିଳିଛି ପୁରୁଷଙ୍କ ବ୍ୟତୀତ ମହିଳା ମଧ୍ୟ ମାସ୍କ ପିନ୍ଧି ଗରବା ପାଳନ କରୁଛନ୍ତି । କେବଳ ସେତିକି ନୁହେଁ ଛୋଟପିଲାଙ୍କୁ ମଧ୍ୟ ଏହିଭଳି ଦେଖିବାକୁ ମିଳିଛି । କହିରଖୁଛୁ ସୋସିଆଲ ମିଡିଆରେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି ।