Only for Entertainment

ସୋସିଆଲ୍ ମିଡିଆରେ ମଜାକ୍ ଉଡାଇଲେ ଲୋକ । ପ୍ରିୟଙ୍କା ଚତୁର୍ବେଦୀଙ୍କ ବଦଳରେ ପ୍ରିୟଙ୍କା ଚୋପ୍ରାଙ୍କୁ ଟ୍ୟାଗ କରି ଅଡୁଆରେ କଂଗ୍ରେସ !

DNA
0 37

ବେଳେବେଳେ ଆମେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିବା ସମୟରେ ପ୍ରାୟତଃ ଭୁଲ କରିବସି ଥାଉ । କିନ୍ତୁ ସାଧାରଣ ଲୋକଙ୍କ ଏଭଳି ଭୁଲକୁ କେହି ଗୁରୁତ୍ୱ ଦେଇନଥାନ୍ତି । କିନ୍ତୁ ରାଜନେତା କିମ୍ବା କୌଣସି ସେଲିବ୍ରିଟି ଏଭଳି ଭୁଲ କଲେ ଏଥିରୁ ନିସ୍ତାର ପାଇବା ବହୁତ କଷ୍ଟ ।

ଏହିଭଳି ଏକ ଭୁଲ କଂଗ୍ରେସ ପାର୍ଟି କରି ବସିଛନ୍ତି । ଅସଲ କଥା ହେଉଛି ନିକଟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ୫ ବର୍ଷ ପୁରୁଣା ଭିଡ଼ିଓ ସେୟାର କରିଥିଲେ । କିନ୍ତୁ ଭୁଲ ହେଉଛି ଯେ କଗ୍ରେଂସକୁ ତାଙ୍କ ପାର୍ଟିର ପାର୍ଟି ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଟ୍ୟାଗ କରିବାର ଥିଲା ସେହି ସ୍ଥାନରେ ସେ ପ୍ରିୟଙ୍କା ଚୋପ୍ରାଙ୍କୁ ଟ୍ୟାଗ କରି ଦେଇଥିଲେ । ପରେ ଟ୍ୱିଟରରେ ଲୋକଙ୍କଠାରୁ ବହୁତ କିଛି ଶୁଣିବା ପରେ କଂଗ୍ରେସ ଏହାକୁ ଡିଲେଟ କରି ଦେଇଥିଲେ । ତେବେ ଏହି ଟ୍ୱିଟ୍ ଏବେ ଖୁବ୍ ଜୋରରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More