Only for Entertainment

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଦାମୀ ପୋଷାକ ପିନ୍ଧିଥାନ୍ତି !

23

ପୋଷାକକୁ ନେଇ ଜ୍ୟୋତିଷ ଶାସ୍ତ୍ର ସହ ସମ୍ପର୍କ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶିର ଲୋକେ ଅଛନ୍ତି ଯେଉଁମାନେ ଦାମୀ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଡ୍ରେସ୍‌କୁ କିଛି ରୋଚକ କଥା।

ମେଷ:ଏହି ରାଶିର ବ୍ୟକ୍ତି ରଙ୍ଗ ବେରଙ୍ଗର ପୋଷାକ ପିନ୍ଧିବା ପାଇଁ ପସନ୍ଦ କରିଥାନ୍ତି।

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତି ଏପରି ପୋଷାକ ପିନ୍ଧିଥାନ୍ତି, ଯେଉଁଥିରେ ତାଙ୍କର ବ୍ୟକ୍ତିତ୍ୱ ଲୁଚି ଯାଇଥାଏ। ପୋଷାକ ମାମଲାରେ ଏମାନଙ୍କ ପସନ୍ଦ ଭଲ ନୁହେଁ ବୋଲି କୁହାଯାଏ।

ମିଥୁନ:ଏହି ରାଶିର ବ୍ୟକ୍ତି ନିଜ ପୋଷାକକୁ ନେଇ ସତର୍କ ରହିଥାନ୍ତି। କୁହାଯାଏ ଏମାନେ ନିଜ ପୋଷାକ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିଥାନ୍ତି।

କର୍କଟ:ଏହି ରାଶିର ବ୍ୟକ୍ତି ପୋଷାକ ପିନ୍ଧିବା ତାଙ୍କ ମନ ସହିତ ଯୋଡି ହୋଇ ରହିଥାଏ। ଏହାର ଅର୍ଥ ଏମାନେ ନିଜ ମୁଡ୍‌ ହିସାବରେ ପୋଷାକ ପିନ୍ଧିଥାନ୍ତି।

ସିଂହ:ଏହି ରାଶିର ବ୍ୟକ୍ତି ପୋଷାକ ପସନ୍ଦ କରିବାରେ ଦୁର୍ବଳ ଥାନ୍ତି। ଭଲ ପୋଷାକ ପିନ୍ଧିବା ପାଇଁ ଏମାନଙ୍କୁ ବାରମ୍ୱାର କହିବାକୁ ପଡ଼ିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More