Only for Entertainment

ଏଠାରେ ମାସିକ ୮୦ ଲକ୍ଷ ଆୟ କରୁଥିବା ବ୍ୟକ୍ତି ମଧ୍ୟ ଗରିବ !

Eater SF
0 64

ଭାରତରେ ୧ଲକ୍ଷ ଟଙ୍କା ମାସିକ ଆୟ କରୁଥିବା ବ୍ୟକ୍ତିଙ୍କୁ ସଫଳ ବ୍ୟକ୍ତି ଭାବେ ଗଣତି କରାଯାଇଥାଏ । ହେଲେ ଏପରି ଏକ ଦେଶ ଅଛି ଯେଉଁଠାରେ ୮୦ଲକ୍ଷ ଟଙ୍କା ମାସିକ ଆୟ କରୁଥିବା ବ୍ୟକ୍ତିଙ୍କୁ ଗରିବ ତାଲିକାରେ ସାମିଲ କରାଯାଇଛି । ଆମେରିକାର ସହରି ବିଭାଗ ପକ୍ଷରୁ ନିକଟରେ ଏକ ରିପୋର୍ଟ ଜାରି କରାଯାଇଛି । ଯେଉଁଥିରେ ଲୋକଙ୍କର ଆୟକୁ ନେଇ ସୂଚନା ଦିଆଯାଇଛି ।

ରିପୋର୍ଟ ଅନୁସାରେ ସାନ ଫ୍ରାନ୍ସିସକୋ, ସେନ ମାଟିୟୋ ଏବଂ ଏହାର ଆଖପାଖରେ ରହୁଥିବା ୪ ସଦସ୍ୟ ବିଶିଷ୍ଟ ପରିବାରର ଆୟ ଯଦି ୮୦ଲକ୍ଷ ତେବେ ସେମାନେ କମ ବେତନ ପାଉଥିବା ପରିବାରର ମାନ୍ୟତା ହାସଲ କରିବେ ।

PEOPLE

ରିପୋର୍ଟ ଅନୁସାରେ ଦେଶରେ ୪ ସଦସ୍ୟ ବିିଶିଷ୍ଟ ପରିବାରର ହାରାହାରି ଆୟ ୬୨ଲକ୍ଷ ରହିଛି । ଉପରୋକ୍ତ ସହରକୁ ଛାଡିଦେଲେ ଅନ୍ୟ ସହରମାନଙ୍କରେ ମଧ୍ୟ ଲୋକଙ୍କ ଆୟ ୬୨ଲକ୍ଷରୁ ଆହୁରି କମ । ଏହି ଆଧାରରେ ୩୨.୬ କୋଟି ଜନସଂଖ୍ୟା ବିଶିଷ୍ଟ ଆମେରିକାରରେ ୪ କୋଟିରୁ ଅଧିକ ଲୋକ ଗରିବ ସୀମାରେଖାରୁ ତଳେ ଅଛନ୍ତି । ବିଶେଷ କରି ଏହି ରିପୋର୍ଟରେ ସାନ-ଫ୍ରାନ୍ସିସକୋର ଆୟକୁ ନେଇ ଅଧିକ ତର୍ଜମା କରାଯାଇଛି । ତେଣୁ ଏଥିରୁ ଅନୁମେୟ ଯେ, ସାନ-ଫ୍ରାନ୍ସିସକୋର ଆର୍ଥିକ ପ୍ରଗତି କେତେ ଅଧିକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More