Only for Entertainment

ସ୍ବାସ୍ଥ୍ୟକର ଓ ସ୍ବାଦିଷ୍ଟ ପେସ୍ତୋ ପାସ୍ତା ସାଲାଡ଼, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ !

39

ଆବଶ୍ୟକୀୟ ସାମଗ୍ରୀ:

୧୦୦ ଗ୍ରାମ୍‌ ପାସ୍ତା,

୧ କପ୍‌ ତୁଳସୀ

ଆବଶ୍ୟକ ଅନୁସାରେ ଗୋଲମରିଚ ଗୁଣ୍ଡ

ଅଧ କପ୍‌ ଟମାଟୋ

୧ଟି ଲବଙ୍ଗ

୨ ଟେବଲସ୍ପୁନ୍‌ ଗ୍ରେଟେଡ୍‌ ପନୀର

ସ୍ବାଦାନୁସାରେ ଲୁଣ

୧ ଟେବଲସ୍ପୁନ୍‌ ଅଲିଭ୍‌ ଅଏଲ୍‌

୧ ଚାମଚ ଗ୍ରେଟେଡ୍‌ ଲେମ୍ବୁ ଚୋପା

ଅଧକପ୍‌ ୟେଲୋ ଟମାଟୋ

୪ ଟେବଲସ୍ପୁନ୍‌ ମୋଜରେଲା

ପ୍ରସ୍ତୁତି ପ୍ରଣାଳୀ:
ଏକ ପାତ୍ରରେ ପାସ୍ତା ରଖି ସେଥିରେ ପାଣି ଢାଳନ୍ତୁ। ଏଥିରେ ଅଳ୍ପ ଲୁଣ ଓ ୧ ଚାମଚ ତେଲ ପକାଇ ପାସ୍ତାକୁ ସିଝିବାକୁ ଦିଅନ୍ତୁ। ଯଦି ଆପଣ ପାସ୍ତାକୁ ଶୀଘ୍ର ସିଝାଇବାକୁ ଚାହୁଛନ୍ତି, ତେବେ ପ୍ରେସରକୁକରରେ ମଧ୍ୟ ଦୁଇଟି ସିଟି ଦେଇପାରିବେ। ଏହି ପାସ୍ତାକୁ ଛାଣି ଗୋଟିଲ ପାତ୍ରରେ ରଖନ୍ତୁ। ଟମାଟୋ, ମୋଜରେଲା ଓ ପନୀର ବ୍ୟତୀତ ଅନ୍ୟ ସମସ୍ତ ଜିନିଷକୁ ଗ୍ରାଇଣ୍ଡିଂ କରି ଗାଢ଼ ପ୍ୟୁରି ତିଆରି କରନ୍ତୁ। ଏହି ପ୍ୟୁରି ଗାଢ଼ା ହେବା ନିହାତି ଦରକାର। ଏବେ ଏହି ପେଷ୍ଟକୁ ନେଇ ସିଝା ପାସ୍ତାରେ ମିଶାନ୍ତୁ। ଟମାଟୋ, ମିଜରେଲା, ପନୀରକୁ ପାସ୍ତା ସହିତ ମିଶାଇ ଗୋଳାନ୍ତୁ ଓ ଦରକାର ଅନୁସାରେ ଲୁଣ ପକାଇ ପିଲାଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ବହୁତ ଆଗ୍ରହର ସହ ସେମାନେ ଏହି ପେସ୍ତୋ ପାସ୍ତା ସାଲାଡ଼ ଖାଇବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More