Only for Entertainment

ପାକିସ୍ତାନରେ ବନ୍ଦ ହେବ ଟିକଟକ?

punjabkeshari
40

ପାକିସ୍ତାନରେ ଜଣେ ଓକିଲ ଟିକଟକ ବ୍ୟାନକୁ ନେଇ ଅଭିଯୋଗ ଦାଖଲ କରିଛନ୍ତି । ଓକିଲଙ୍କ କହିବା ଅନୁସାରେ ଟିକଟକ ପାକିସ୍ତାନରେ ଅଶ୍ଲୀଳତାର ଶ୍ରୋତକୁ ପ୍ରଶ୍ରୟ ଦେଇଛି । ଟିକଟକ ଏକ ଭିଡ଼ିଓ ରିୟରିଙ୍ଗ ଏପ । ଡନ ନ୍ୟୁଜ’ର ରିପୋର୍ଟ ଅନୁସାରେ ଓକିଲ ନଦୀମ ସରବର ତାଙ୍କ ଅଭିଯୋଗରେ କହିଛନ୍ତି ଟିକଟକ ଆଧୁନିକ ସମୟର ବଡ଼ ଖରାପ ଜିନିଷ ଯାହା ଯୁବ ମାନଙ୍କୁ ନଷ୍ଟ କରି ଦେଉଛି ଏବଂ ଅନୈତିକ ଗତିବିଧିକୁ ପ୍ରୋତ୍ସାହିତ କରୁଛି । ଓକିଲଙ୍କ କହିବା ଅନୁସାରେ ଏହି ଏପ ନକରାତ୍ମକ ସାମାଜିକ ପ୍ରଭାବ ପକାଉଛି । ଏହା ସହିତ ବ୍ଲାକମେଲିଂ ଏବଂ ଉତ୍ପୀଡ଼ନ ମଧ୍ୟ ଏକ କାରଣ ।

ଟିକଟକ ବାଂଲାଦେଶ,ମାଲେସିୟା ଅନୁଚିତ ସାମଗ୍ରୀକୁ ନେଇ ପ୍ରତିବନ୍ଧିତ । ଏହାକୁ କେବଳ ଏଂଟରଟେନମେଂଟ ପାଇଁ ବ୍ୟବହାର କରାଯାଉଛି, ଅନ୍ୟ କେଉଁ ଅନୁଚିତ କାରଣ ପାଇଁ ନୁହେଁ । ତେବେ ପୂର୍ବରୁ ମଧ୍ୟ ବ୍ଲାକମେଲିଂ ବାରମ୍ବାର ହୋଇ ସାରିଛି । ଯାହାକୁ ଲୋକ ଦେଖି ସାରି ଭାଇରାଲ ମଧ୍ୟ କରିଛନ୍ତି । ତେବେ ପାକିସ୍ତାନରେ ଏହାକୁ ବନ୍ଦ କରିବାକୁ ଓକିଲ ଅଭିଯୋଗ ଦାଖଲ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More