Only for Entertainment

ଆଜି ପଖାଳ ଦିବସ: ସ୍ୱାସ୍ଥ୍ୟ ପାଇଁ ହିତକର ପଖାଳ, ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Mycitylinks
95

ଗତ କିଛି ବର୍ଷ ତଳେ ସାମାଜିକ ଗଣମାଧ୍ୟମରେ ପଖାଳ ବାବଦରେ ଏତେ ପ୍ରଚାର ହେଲା ଯେ, ଶେଷରେ ମାର୍ଚ ୨୦କୁ ପଖାଳ ଦିବସ ଭାବେ ପାଳିବାକୁ ବାର୍ତାର ସୁଅ ଛୁଟିଲା। ସେବେଠୁ ଅନ୍ତର୍ଜାତୀୟ ଦିବସ ତାଲିକାରେ ଯୋଡ଼ି ହୋଇଗଲା ପଖାଳ ଦିବସ। ଆମେରିକାଠୁ ଆର୍ଜେଣ୍ଟିନା। ଜର୍ମାନୀରୁ ଜାପାନ। ବିଦେଶରେ ବସବାସ କରୁଥିବା ଓଡ଼ିଆ ପରିବାର ପାଳିଲେ ବିଶ୍ବ ପଖାଳ ଦିବସ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ଛତିଶଗଡ଼ର ଲୋକେ ପଖାଳ ପ୍ରିୟ ହୋଇଥିବା ବେଳେ ନେପାଳ, ବାଙ୍ଗାଲୋର ସମେତ ମିଆଁମାରର କିଛି ଅ˚ଶରେ ପଖାଳର ଲୋକପ୍ରିୟତା ଦେଖିବାକୁ ମିଳିଲାଣି। ଆଜି ପଖାଳ ଦିବସରେ ଆସନ୍ତୁ ଜାଣିବା ବାସି ଭାତର ଉପରାକୀତା ବିଷୟରେ…

pakhala

ବାସି ଭାତକୁ ନେଇ ଆସାମର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣା କରାଯାଇଥିଲା। ସେଥିରୁ ଏକଥା ସ୍ପଷ୍ଟ ହୋଇଛି। ବାସି ଭାତକୁ ରାତି ସାରା ପାଣିରେ ଭିଜାଇ ରଖି ଖାଇଲେ ତାହା ଖୁବ୍ ଲାଭଦାୟକ। ଅର୍ଥାତ୍ ଏହାକୁ ଆମେ ପଖାଳ ଭାତ ଭାବେ ଗ୍ରହଣ କରିଥାଉ। ଆମେ ଯେତେବେଳେ ଭାତ ରାନ୍ଧିଥାଉ,ସେଥିରେ ଆଇରନ ର ମାତ୍ରା ୩.୪ ମିଲିଗ୍ରାମ୍ ଥାଏ।ଯଦି ସମାନ ପରିମାଣର ଚାଉଳକୁ ରାତିସାରା(ଅନ୍ୟୁନ୍ ୧୨ ଘଣ୍ଟା) ଭିଜାଇ ରଖାଯାଏ, ତେବେ ସେଥିରେ ଥିବା ଆଇରନ୍ ମାତ୍ରା ୭୩.୯୧ ମିଲିଗ୍ରାମ୍ ହୋଇଯାଏ।

ଠିକ୍ ସେହିପରି ଏଥିରେ ସୋଡିଅମ୍,ପୋଟାସିୟମ୍ ଓ କାଲସିଅମର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ।ପଖାଳ ଭାତରେ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ରହିଛି। ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ,ଦେହରେ ସ୍ଫୁର୍ତ୍ତି ଆସିବା ସାଙ୍ଗକୁ ପେଟରେ ଅଲସର ସମସ୍ୟା ଥିଲେ,ତାହା ମଧ୍ୟ ଦୂରୀଭୂତ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More