Only for Entertainment

ଏହି ଜୱାବ ଦେଇ ମିସ ୟୁନିଭର୍ସ ହେଲେ ଫିଲିପାଇନ୍ସର କ୍ୟାଟରିଓନା ଇଲିସା ଗ୍ରେ ।

ndtv
35

ଫିଲିପାଇନ୍ସର କ୍ୟାଟ୍ରିଓନା ଇଲିସା ଗ୍ରେ ପିନ୍ଧିଲେ ମିସ ୟୁନିଭର୍ସ ୨୦୧୮ର ତାଜ । ପ୍ରତିଯୋଗୀତାରେ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ପ୍ରଥମ ରନର ଅପ ଏବଂ ବେନୁଜୁଏଲାର ପ୍ରତିଯୋଗୀ ସେକେଣ୍ଡ ରନର ଅପ ହେଲେ । କିନ୍ତୁ ୨୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ବନାଇ ପାରିଲେ ନାହିଁ ଭାରତର ନେହାଲ ଚୁଦାସମା । ଲାଲ ରଙ୍ଗର ହାଇ ସ୍ଲିଟ ଗାଉନରେ ମିସ ୟୁନିଭର୍ସର ତାଜରେ ଖୁବ ଆକର୍ଷଣୀୟ ଲାଗୁଥିଲେ ସୁନ୍ଦରୀ କ୍ୟାଟ୍ରିଓନା । ୨୦୧୭ର ମିସ ୟୁନିଭର୍ସ ଡେମି ଲେ ନେଲ ଏହି ମିସ ୟୁନିଭର୍ସଙ୍କୁ ତାଜ ପିନ୍ଧାଇଲେ । ୬୭ ତମ ମିସ ୟୁନିଭର୍ସ ପ୍ରତିଯୋଗୀତାରେ ୯୪ ଜଣ ପ୍ରତିଯୋଗୀ ସାମିଲ ଥିଲେ ।

 

ଯେତେବେଳେ କ୍ୟାଟିରିଓନାଙ୍କୁ ଶେଷ ପ୍ରଶ୍ନ ପଚରାଗଲା, ଜୀବନରେ ଆପଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେଉଁ କଥା ଶିଖିଲେ ଏବଂ ତାହାକୁ କେଉଁଭଳି କାମରେ ଲଗାଇଲେ,ସେ କହିଲେଯେ ମୁଁ ମନୀଲା ମସ୍ତୀରେ ଅଧିକ ସମୟ ରହିଛି ଏବଂ ସେଠାରେ ଖୁବ ଗରୀବ ଅଛନ୍ତି ଏବଂ ତାହା ଖୁବ ଦୁôଖଭରା । ମୁଁ ସେଠାରେ ଦେଖିଲିଯେ କିଭଳି ସେଠାରେ ସୁନ୍ଦରତାକୁ ଦେଖିହେବ । ସେଠାରେ ଛୋଟ ପିଲାଙ୍କ ମୁହଁରେ ମୁଁ ଖୁସି ଏବଂ ସୁନ୍ଦରତା ଦେଖିଛି । ସେଠାର ପରିସ୍ଥିତିରେ ମୁଁ ଖରାପ ମଧ୍ୟରେ ଭଲକୁ ଦେଖିଛି । ଏହା ସହିତ ସେ କହିଛନ୍ତିଯେ ଯଦି ମୁଁ ସେମାନଙ୍କୁ କିଛି ଭଲ ଶିଖାଇ ପାରିବି ତେବେ କିଛି ପରିବର୍ତ୍ତନ ଆଣିପାରିବି ।ସେଠାରେ ନକରାତ୍ମକ ଭଳି ଘଟଣା ଘଟିବ ନାହିଁ । ପିଲାଙ୍କ ମୁହଁରେ ସବୁବେଳେ ଖୁସି ରହିବ । ଏହି ଉତ୍ତର ଦେଇ ସେ ବିଚାରକଙ୍କ ହୃଦୟକୁ ଜିତିନେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More