Only for Entertainment

ସାନ୍ୟାଙ୍କ ପ୍ରେମରେ ଦିୱାନା ନଜର ଆସିଲେ ନବାଜୁଦ୍ଦିନ ସିଦ୍ଦିକି !

53

ବଲିଉଡ ଅଭିନେତା ନବାଜୁଦ୍ଦିନ ସିଦ୍ଦିକି ଏବଂ ସାନ୍ୟା ମଲହୋତ୍ରାଙ୍କ ଅପକମିଂ ଫିଲ୍ମ ‘ଫଟୋଗ୍ରାଫ”ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଖୁବ ମଜାଦାର ହୋଇଛି । ଟେଲରର ଆରମ୍ଭ ଗେଟ ୱେ ଅଫ ଇଣ୍ଡିଆରୁ ଆରମ୍ଭ ହୋଇଛି, ଯେଉଁଠି ନବାଜ ଫଟୋଗ୍ରାଫର ଭାବେ ନଜର ଆସିଛନ୍ତି ଏବଂ ସାନ୍ୟା ସେଠାକୁ ବୁଲିବାକୁ ଯାଇଛନ୍ତି । ଏହିସମୟରେ ନବାଜ ସାନ୍ୟାଙ୍କୁ ଫଟୋ ଉଠାଇବା ପାଇଁ କହିଥିଲେ । ନବାଜଙ୍କ ଅନେକ ଥର କହିବା ପରେ ରାଜି ହୋଇଛନ୍ତି ସାନ୍ୟା ।

ଏହିପରି ଦୁହିଁଙ୍କ ସହ ଭଲ ପାଇବା ବଢିଛି । ସେହିଭଳି ନବାଜ ସାନ୍ୟାଙ୍କ ବିଷୟରେ ତାଙ୍କ ଜେଜେମା’ଙ୍କୁ ସବୁ କହି ଦେଇଛନ୍ତି । ଏହି ଫିଲ୍ମର ଡାଏଲଗ ଖୁବ ମଜାଦାର ରହିଛି , ଯେଉଁଠି ନବାଜଙ୍କ ଜେଜେମା’ କହୁଛନ୍ତି, କହାଁ ସେ ୟେ ନାଜୁକ ଲଡକି ଢୁଣ୍ଡକେ ଲାୟା ହେ, ଏକ ଗୋଲା ଖାକେ ବିମାର ହୋ ଜାତି ହେ । ଅନେକ ସମୟ ପରେ ଏହି ଫିଲ୍ମ ପେପଲି ଲାଇଭର ଅମ୍ମା , ଯିଏ ନିଜ କମେଡି ପାଇଁ ଚର୍ଚ୍ଚାର ବିଷ ପାଲଟିଥିଲେ , ସେ ଏହି ଫିଲ୍ମରେ ନବାଜଙ୍କ ଜେଜେମାଙ୍କ ଭୂମିକା ତୁଲାଊଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ନବାଜ ଏବଂ ସାନ୍ୟା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୧୫ମାର୍ଚ୍ଚରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More