Only for Entertainment

କଙ୍ଗନା ରଣାୱତଙ୍କ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ର ପୋଷ୍ଟର ଉପରେ ଲାଗିଲା ଚୋରିର ଆରୋପ, ଫଟୋଗ୍ରାଫର କହିଲେ…

latestly
64

ନିକଟରେ ରିଲିଜ ହୋଇଥିବା କଙ୍ଗନା ରଣାୱତ ଏବଂ ରାଜକୁମାର ରାଓ ଷ୍ଟାରର ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’କୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଭଲ ରେସ୍ପନ୍ସ ମିଳିଛି । ଏହି ଫିଲ୍ମ ବକ୍ସ ଅଫିସରେ ୨୨ କୋଟିରୁ ଅଧିକ କଲେକ୍ସନ ମଧ୍ୟ କରିପାରିଛି । କିନ୍ତୁ ଏହି ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ୟୁରୋପିଆନ ଫଟୋଗ୍ରାଫର ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ର ଏକ ପୋଷ୍ଟର ଉପରେ ଚୋରିର ଆରୋପ ଲଗାଇଛନ୍ତି । ଫ୍ଲୋରା ବୋରସୀ ନାମକ ଏହି ଫଟୋଗ୍ରାଫର ଆରୋପ ଲଗାଇଛନ୍ତି ଯେ, ଜଜମେଣ୍ଟାଲ ହେ କ୍ୟାର ମେକର୍ସ ତାଙ୍କ ଅନୁମତି ବିନା ତାଙ୍କ ଫଟୋକୁ କପି କରି ଫିଲ୍ମର ପୋଷ୍ଟରରେ ବ୍ୟବହାର କରିଛନ୍ତି ।

ଫଟୋଗ୍ରାଫର ଫ୍ଲୋରା ଫେସବୁକରେ ନିଜ ଫଟୋ ସହିତ ‘ଜଜମେଣ୍ଟାଲ ହେ କ୍ୟା’ର ଏହି ପୋଷ୍ଟରକୁ କୋଲାଜ କରି ସେୟାର କରିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଆପଣଙ୍କୁ କିଛି ସମାନତା ନଜର ଆସୁଛି କି ? ଏହା ହେଉଛି ବଲିଉଡ ଫିଲ୍ମ ଜଜମେଣ୍ଟାଲ ହେ କ୍ୟା ର ପୋଷ୍ଟର । ମେକର୍ସ ମୋ ଅନୁମତି ବିନା ଏହାକୁ ବ୍ୟବହାର କରିଛନ୍ତି । ଏକ ବଡ କମ୍ପାନୀ ଦ୍ୱାରା ଜଣେ ଫ୍ରିଲାନ୍ସ ଆର୍ଟିଷ୍ଟର କାମକୁ ଚୋରି କରିବା ଲାଜର ବିଷୟ ।’

ଏହା ସହିତ ଫ୍ଲୋରା ବୋରସୀ ନିଜ ଟ୍ୱିଟର ହ୍ୟାଣ୍ଡଲରେ ମଧ୍ୟ ରାଜକୁମାର ରାଓଙ୍କ ଏକ ଟ୍ୱିଟ ସେୟାର କରି ଲେଖିଛନ୍ତି, ‘ଏହି ଫଟୋ ମୋତେ କିଛି ମନେ ପକାଇଦେଉଛି । ଏହା ତ ଅବିକଳ ମୋ ଫଟୋଗ୍ରାଫ ପରି ହୋଇଛି ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More