Only for Entertainment

ଆଗାମୀ ଫିଲ୍ମ ପାଇଁ ରୋମାଣ୍ଟିକ ଫଟୋସୁଟ କରାଇଲେ ଏହି ଯୋଡି ।

you tube
0 32

ପୁଣିଥରେ ପରଦାରେ ଏକାଠି ନଜର ଆସିବେ ରୋମାଂଟିକ୍ ଯୋଡି ଦୀପକ ଓ ପିଙ୍କି ପ୍ରିୟଦର୍ଶିନୀ । ଏମାନଙ୍କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଆଉ ଏକ ରୋମାଂଟିକ ଓଡିଆ ଚଳଚ୍ଚିତ୍ର । ଏହି ଅପକମିଂ ସିନେମା ପାଇଁ ନିକଟରେ ଫଟୋସୁଟ୍ କରିବାରେ ନଜର ଆସିଥିଲେ ଦୀପକ ଓ ପିଙ୍କି ।

Capture

ନିଜର ଅପକମିଂ ସିନେମା ପାଇଁ ଦୀପକ ଓ ଜ୍ୟୋତି ଫଟୋସୁଟ୍ କରିବାରେ ନଜର ଆସିଥିଲେ । ଆଉ ଏହି ଫଟୋସୁଟରେ ଦୁହିଁଙ୍କର ଅନ୍ଦାଜ ବି ରହିଥିଲା ପୁରା ମଡର୍ଣ୍ଣ ଆଉ ରୋମାଂଟିକ୍ । ଭିନ୍ନ ଭିନ୍ନ ରୋମାଂଟିକ୍ ପୋଜ୍ ଦୋବାରେ ନଜର ଆସିଥିଲେ ଏହି ଯୋଡି । ଯାହାକୁ ଦେଖି ଅନୁମାନ କରାଯାଇ ପାରେ ଦୁହିଁଙ୍କର ଏହି ଅପକମିଂ ସିନେମା ଏକ ରୋମାଂଟିକ୍ କାହାଣୀକୁ ନେଇ ଗତିଶୀଳ ହେବ ।

Capture1

ଏହି ଯୋଡିକୁ ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ସପନର ନାୟିକା ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା । ଫିଲ୍ମରେ ଦୁହିଁଙ୍କ ଭିତରେ ଦେଖିବାକୁ ମିଳିଥିଲା ଭରପୁର ରୋମାନ୍ସ । ସିନେମାରେ ଦୁହିଁଙ୍କ ପେୟାରିଂଙ୍କୁ ଦର୍ଶକ କରିଥିଲେ ଢେର ପସନ୍ଦ । ତେବେ ଏହାପରେ ଏମାନଙ୍କୁ ନେଇ ଆଉ ଏକ ସିନେମାର ଘୋଷଣା ମଧ୍ୟ ହୋଇଥିଲା । ତୁ ମୋ ନୀଳନୟନା ଟାଇଟେଲର ଏହି ସିନେମାର ଶୁଭ ମହୁରତ ଗତ କିଛିଦିନ ଆଗରୁ ଅନୁଷ୍ଠିତ ହୋଇଥିଲା ।

Capture3

ଏହି ସିନେମାର ସୁଟିଂ ଆରମ୍ଭ ନ ହେଉଣୁ ଏବେ ଦୀପକ ଓ ପିଙ୍କିଙ୍କୁ ନେଇ ଆଉ ଏଖ ଚଳଚ୍ଚିତ୍ରର ଘୋଷଣା ହେବାକୁ ଯାଉଛି । ଏହି ସିନେମାର ଟାଇଟେଲ୍ ସ୍ଥିର ହୋଇ ନଥିବାବେଳେ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପିନୁ ନାୟକ ଓ ପ୍ରଯୋଜନା କରୁଛନ୍ତି ରବିନ୍ଦ୍ର ପଣ୍ଡା । ଖୁବଶୀଘ୍ର ଏହି ଅପକମିଂ ସିନେମାର ଘୋଷଣା କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More